ଜିଲା କଂଗ୍ରେସ କମିଟୀର ବ୍ଲକ ଓ ପୌରାଞ୍ଚଳ ସାଂଗଠନିକ ବୈଠକ

0 77

ଦେବଗଡ଼:ସ୍ଥାନୀୟ ବସନ୍ତ ନିବାସ ଡାକବଙ୍ଗଳାଠାରେ ବୁଧବାର ଦେବଗଡ ପୌରାଂଚଳ ଓ ତିଲେଇବଣି ବ୍ଲକର କଂଗ୍ରେସ କର୍ମୀ ମାନଙ୍କୁ ନେଇ କଂଗ୍ରେସର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଯାଇଛି । ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ କୁମାର ମିଶ୍ରଙ୍କ ସଭାପତିତ୍ୱରେ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିବା କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହ ଦେବଗଡ ନଗର କଂଗ୍ରେସ ସଭାପତି ଚୟନ ନିମନ୍ତେ ପ୍ରକ୍ରୀୟା ଆରମ୍ଭ ହୋଇଥିଲା । ଏହି ଅବସରରେ ନୂତନ ନଗର କଂଗ୍ରେସ ସଭାପତି ପଦବୀ ନିମନ୍ତେ ଏକମାତ୍ର ପ୍ରାର୍ଥୀଭାବେ ଜିଲା କଂଗ୍ରେସ ଉପ-ସଭାପତି ପ୍ରକାଶ ଦେବତାଙ୍କ ନାମକୁ ଉପସ୍ଥାପନା କରାଯାଇଥିଲା । ଅନୁରୂପ ଭାବେ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର ପ୍ରଧାନଙ୍କ ସଭାପତିତ୍ୱରେ ତିଲେଇବଣି ବ୍ଲକ କଂଗ୍ରେସ ସଭାପତି ଚୟନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତିଲେଇବଣି ବ୍ଲକ କଂଗ୍ରେସ ସଭାପତି ପଦବୀ ନିମନ୍ତେ ଏକମାତ୍ର ପ୍ରାର୍ଥୀ ଭାବେ ପୂର୍ବତନ ଜୋନ ସଭାପତି ଗଣେଶ କୁମାର ପ୍ରଧାନଙ୍କ ନାମକୁ ଉପସ୍ଥାପନ କରାଯାଇଥିଲା । ଉଭୟ ନଗର ସଭାପତି ଓ ତିଲେଇବଣି ବ୍ଲକ ସଭାପତି ଚୟନ କରିବାକୁ ଯଥା କ୍ରମେ ପ୍ରକାଶ ଦେବତା ଓ ଗଣେଶ କୁମାର ପ୍ରଧାନଙ୍କ ନାମକୁ ପ୍ରଦେଶ କଂଗ୍ରେସ କର୍ତୃପକ୍ଷଙ୍କ ନିକଟକୁ ପଠାଯିବ ବୋଲି ପର୍ଯ୍ୟବେକ୍ଷକ ଶ୍ରୀମତି ବେହେରା ପ୍ରତିଶୃତି ଦେବା ସହ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଫଳତା,ବିଭିନ୍ନ ଦୁର୍ନୀତି ଓ ଜନବିରୋଧି କାର୍ଯ୍ୟକୁ ଜନସାଧାରଣଙ୍କ ନିକଟରେ ପହଂଚାଇବାପାଇଁ ଓ ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ବୈଠକ ପ୍ରାରମ୍ଭରେ ଦିବଂଗତ ପୂର୍ବତନ ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ସୂର୍ଯ୍ୟମଣି ଆଚାର୍ଯ୍ୟଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ,ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ,ଉପ-ସଭାପତି ପ୍ରକାଶ ଚନ୍ଦ୍ର ଦେବତା, କଂଗ୍ରେସ ଏସ୍‌.ଟି.ସେଲ୍ ସଭାପତି କ୍ଷେତ୍ର କୁମାର ପାତ୍ର,ଏସ୍‌.ସି.ସେଲ ସଭାପତି ମଞ୍ଜୁଳ କୁମାର ନାଏକ, ସଂଖ୍ୟାଲଘୁ ସେଲ ସଭାପତି ମୋଇନ ଖାଁ,ପୂର୍ବତନ ନଗର କଂଗ୍ରେସ ସଭାପତି ସୁବାସ ଚନ୍ଦ୍ର ଭୋଇ, ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ମିଶ୍ର,ସୁଶୀଳ ନାୟକ,ସୁଜ୍ଞାନୀ ପ୍ରଧାନ, ସୁନୀଲ ବାର୍ଲା ,ଦୀପକ କୁମାର ଦାସ,ସୁଲେମାନ ଲାକ୍ରା, ସମରେଶ ପ୍ରଧାନ, ଚନ୍ଦ୍ରଶେଖର ପ୍ରଧାନ, ଦୀପକ ବେହେରା, ଟିକେଶ୍ୱର କିସାନ, ପଂଚୁଲାଲ ବରେଇ , ବିକାଶ ଖଡିରତ୍ନ ଓ ସବିତା ନାୟକଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen − 16 =