ପୁଣି ଚର୍ଚ୍ଚାରେ ଆଥିଆ-ରାହୁଲଙ୍କ ପ୍ରେମ ସଂପର୍କ

0 96

ନୂଆଦିଲ୍ଲୀ: ଭାରତର ତାରକା ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ କିଛି ଦିନ ହେବ ଦିନିକିଆ ଏବଂ ଟି -୨୦ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । କେଏଲ ରାହୁଲ କ୍ରିକେଟ୍ ପଡ଼ିଆ ଭିତରେ ଯେତିକି ହିଟ୍‌, ସେ ପଡ଼ିଆ ବାହାରେ । ରାହୁଲଙ୍କ ପ୍ରେମ ଜୀବନ ବିଷୟରେ କହିବାକୁ ଗଲେ ସେ ବଲିଉଡର ଭେଟେରାନ ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀଙ୍କ ସହ ସମ୍ପର୍କ ରଖିଛନ୍ତି । ଖବର ଅନୁଯାୟୀ ରାହୁଲ ଏବଂ ଆଥିଆ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଛନ୍ତି ।
ନିକଟରେ ଆଥିଆ ଶେଟ୍ଟୀ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଟିମ୍ ଇଣ୍ଡିଆ ତାରକା ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲଙ୍କ ମନ୍ତବ୍ୟକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । ଆଥିଆ ସେୟାର କରିଥିବା ପୋଷ୍ଟରେ ସେ ସୂର୍ଯ୍ୟମୁଖୀ ଫୁଲ ସହିତ ପୋଜ୍ କରୁଥିବା ନଜର ଆସିଛନ୍ତି । ଆଥିଆ ଶେଟ୍ଟୀ ତାଙ୍କ ଫଟୋର କ୍ୟାପସନରେ ଲେଖିଛନ୍ତି, ଫୁଲ ମୋତେ ଖୁସି କରେ । ଆଥିଆଙ୍କ ଫଟୋ ଉପରେ ମନ୍ତବ୍ୟ ଦେଇ ତାଙ୍କ କଥାକଥିକ ପ୍ରେମିକା କେ.ଏଲ୍ ରାହୁଲ ଗୋଲାପ ଫୁଲର ଏକ ଇମୋଜି ପୋଷ୍ଟ କରିଛନ୍ତି । ରାହୁଲ ଆଥିଆଙ୍କ ସହ ସୋସିଆଲ ମିଡିଆରେ ଅନେକ ଥର ଫଟୋ ସେୟାର କରିଛନ୍ତି ।
ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ୍ ରାହୁଲଙ୍କ ସମ୍ପର୍କର ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି । ଆଥିଆ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲ ସୋସିଆଲ ମିଡିଆରେ ପରସ୍ପରର ପୋଷ୍ଟ ଉପରେ ମନ୍ତବ୍ୟ ଜାରି ରଖିଛନ୍ତି । ରାହୁଲ ବର୍ତ୍ତମାନ ଟିମ୍ ଇଣ୍ଡିଆ ସହିତ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ଚଳିତ ବର୍ଷ କେଏଲ ରାହୁଲଙ୍କୁ ଭାରତୀୟ କ୍ରିକେଟ୍ ଦଳରେ ଏକ ବଡ଼ ଦାୟିତ୍ୱ ଦିଆଯାଇଛି । ରାହୁଲ ପ୍ରଥମେ ଓପନର୍ ଭାବରେ ଟିମ୍ ଇଣ୍ଡିଆ ପାଇଁ ଦିନିକିଆ ଏବଂ ଟି-୨୦ ଖେଳୁଥିଲେ, କିନ୍ତୁ ଜାନୁୟାରୀ ୨୦୨୦ ରେ ତାଙ୍କୁ ଅଷ୍ର୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ୱିକେଟ୍ କିପିର ଦାୟିତ୍ୱ ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

2 × one =