ମେଲବୋର୍ଣ୍ଣ ଟେଷ୍ଟ ପାଇଁ ଚୂଡାନ୍ତ ଏକାଦଶ ଘୋଷଣା କଲା ଭାରତ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

0 93

ମେଲବର୍ଣ୍ଣ : ଭାରତ ଏବଂ ଅଷ୍ର୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲିଠାରୁ ମେଲବର୍ଣ୍ଣରେ ଖେଳାଯିବ । ବକ୍ସିଂ ଡେ ଟେଷ୍ଟ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ଏହି ମ୍ୟାଚରେ ଅଜିଙ୍କ୍ୟ ରାହାଣେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ଅଧିନାୟକ ହେବେ ।

hiring

ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲଙ୍କୁ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ମିଳିଛି । ପୃଥ୍ୱୀ ସୋଙ୍କ ସ୍ଥାନରେ ଶୁଭମାନ ଗିଲଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଉତ୍କୃଷ୍ଟ ଫର୍ମରେ ଥାଇ ମଧ୍ୟ ମେଲବର୍ଣ୍ଣ ଟେଷ୍ଟରେ କେ.ଏଲ୍ ରାହୁଲଙ୍କୁ ଚୟନ କରାଯାଇ ନାହିଁ । ବିରାଟଙ୍କ ଅନୁପସ୍ଥିତିରେ କେ.ଏଲ୍ ରାହୁଲ ସବୁଠାରୁ ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ୍ ।
ମେଲବର୍ଣ୍ଣ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ଚାରୋଟି ପରିବର୍ତ୍ତନ କରାଯାଇଛି । ପୃଥ୍ୱୀ ସୋଙ୍କ ସ୍ଥାନରେ ଶୁବମାନ ଗିଲ ଖେଳିବେ । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ରିଷିଭ ପନ୍ତ ଏକାଦଶରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ରିଦ୍ଧିମାନ ସାହାଙ୍କୁ ବାଦ୍ ଦିଆଯାଇଛି ।

ଟିମ୍ ଏକାଦଶ
୧. ଅଜିଙ୍କ୍ୟ ରାହାଣେ (ଅଧିନାୟକ), ୨. ମୟଙ୍କ ଅଗ୍ରୱାଲ, ୩. ଶୁଭମାନ ଗିଲ (ଡେବ୍ୟୁ), ୪, ଚେତେଶ୍ୱର ପୂଜାରା (ଉପ-ଅଧିନାୟକ), ୫. ହନୁମା ବିହାରୀ, ୬. ରିଷିଷଭ ପନ୍ତ (ୱିକେଟ୍ କିପର), ୭. ରବିନ୍ଦ୍ର ଜାଡେଜା, ୮. ଆର ଅଶ୍ୱିନ୍‌, ୯. ଉମେଶ ଯାଦବ, ୧୦. ଜସପ୍ରୀତ ବୁମ୍ରା, ୧୧ ମୋ ସିରାଜ (ଡେବ୍ୟୁ)

hiranchal ad1
Leave A Reply

Your email address will not be published.

2 × five =