ନୀତି ଆୟୋଗ ଏସ୍‌ଡିଜି ର‍୍ୟାଙ୍କିଙ୍ଗ୍‌ରେ ରହିଛି ରାଜନୈତିକ ଗନ୍ଧ

0 73

ଭୁବନେଶ୍ୱର : ଭାରତ ସରକାରଙ୍କ ଥିଙ୍କ୍‌ ଟ୍ୟାଙ୍କ୍‌ ନୀତି ଆୟୋଗ ତାହାର ଏସ୍‌ଡିଜି(ସଷ୍ଟେନେବଲ ଡେଭଲୋମେଣ୍ଟ ଗୋଲ୍‌) ଇଣ୍ଡିଆ ଇଣ୍ଡେକ୍ସ ୨୦୨୦-୨୧ ରିପୋର୍ଟରେ ରହିଛି ରାଜନୈତିକ ଗନ୍ଧ । ଏହା କହିଛନ୍ତି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ । ସେ କହିଛନ୍ତି ନୀତି ଆୟୋଗ ଯେଉଁ ରିପୋର୍ଟ ପ୍ରସ୍ତୁତ କରନ୍ତି ସେଥିରେ ଦେଶର ସ୍ୱାର୍ଥ ଓ ସମ୍ମାନ ଜଡିତ ଥାଏ । କୌଣସି ରାଜ୍ୟକୁ ଉଚ୍ଚା କିମ୍ବା ନିଚ୍ଚା ଦେଖାଇବା ଏହି ରିପୋର୍ଟର ମୂଳ ଉଦ୍ଦେଶ୍ୟ ନୁହେଁ । ମାତ୍ର ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଓଡିଶାର ସ୍ଥାନକୁ ୧୯ତମ ସ୍ଥାନରେ ରଖାଯାଇଛି । ଓଡିଶା ଯେଉଁ ଯେଉଁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି ତାହାକୁ ଦର୍ଶାଯାଇନଥିବା ବେଳେ ଯେଉଁ କ୍ଷେତ୍ରଗୁଡିକରେ ପ୍ରଦର୍ଶନ ଭଲ ହୋଇନାହିଁ ତାହାକୁ ଦେଖାଯାଉଛି । ଡ. ପଟ୍ଟନାୟକ କହିଲେ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ଟେଲି ଯୋଗାଯୋଗ, ରେଳବାଇ କ୍ଷେତ୍ରଗୁଡିକୁ ଯାହା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ କାହିଁକି ଦର୍ଶାଯାଇ ନାହିଁ । ଓଡିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ହେଉକି ମମତା ତାହାର ପ୍ରଦର୍ଶନ ଉଚ୍ଚସ୍ତରରେ ରହିଥିଲେ ମଧ୍ୟ ରେଟିଂ ତାହା ଦେଖାନଯାଏ ରାଜ୍ୟକୁ ନିଚ୍ଚା ଦେଖାଇବା ନୀତି ଆୟୋଗ ଏସ୍‌ଡିଜିଙ୍କ ଅପରିପକ୍ୱତା ବୋଲି ସେ କହିଛନ୍ତି । ଏଣୁ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ଏହି ଆୟୋଗ ସବୁବେଳେ ପ୍ରତ୍ୟେକ ରାଜ୍ୟର ଉତ୍ତମ ପ୍ରଦର୍ଶନକୁ ଉଚ୍ଚା ଦେଖାଇବା ସହିତ ଯେଉଁ କ୍ଷେତ୍ରଗୁଡିକ ପ୍ରଦର୍ଶନ ଉନ୍ନତି ହୋଇନାହିଁ ତାହା କିପରି ଉନ୍ନତି ହେବ ସେଥିପାଇଁ ଚେଷ୍ଟା କରିବା ଦରକାର । ଅବଶ୍ୟ ରାଜ୍ୟ ସରକାର ସୂଚନା ପ୍ରଦାନ ବେଳେ ବାମ ହାତ ସହିତ ଡାହାଣ ହାତର ସମନ୍ୱୟ ରହୁନଥିବାରୁ ବେଳେବେଳେ ସମସ୍ୟା ସୃଷ୍ଟି ହେଉଛି ।
ଏଥିପାଇଁ ରାଜ୍ୟ ସରକାରଙ୍କ ବିଭାଗଗୁଡିକ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × two =