ଦାସିଙ୍ଗବାଡ଼ିରୁ ୩ ଚିହ୍ନଟ, ଦାରିଙ୍ଗବାଡ଼ି ଓ ଗ୍ରୀନବାଡ଼ିରୁ ପଜିଟିଭ ଚିହ୍ନଟ : ଦାରିଙ୍ଗବାଡ଼ି,ଦାସିଙ୍ଗବାଡ଼ି ଓ ଗ୍ରୀନବାଡ଼ି ୩ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କଲେ ଜିଲ୍ଲାପାଳ

0 183

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ଅଂଚଳରୁ ୩ଜଣ ପଜିଟିଭ ଏବଂ ଦାରିଙ୍ଗବାଡ଼ି ଓ ଗ୍ରୀନବାଡ଼ି ରାଜସ୍ୱ ଗ୍ରାମରୁ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଂଚଳକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ଦାରିଙ୍ଗବାଡ଼ି ରାଜସ୍ୱ ଗ୍ରାମର ନିଳକନ୍ଦର ସାହି,ବ୍ଲକ କଲୋନୀ, ତୁର୍କିବାଡି, ଡଲାବାଡି ଓ ବି.ଡକେବାଡି ଗ୍ରାମ ସମେତ ଗ୍ରୀନବାଡ଼ି ଗ୍ରାମ ଓ ଦାସିଙ୍ଗବାଡ଼ି ଗ୍ରାମକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଥିବା ବେଳେ ଗ୍ରୀନବାଡ଼ି ପଂଚାୟତର ଲାଇନପଡା, ଦାରିଙ୍ଗବାଡ଼ି ପଂଚାୟତର ଡବେରୀ, ସାରିଙ୍ଗିଇର୍ପି, ପରମପାଙ୍ଗା କାଣ୍ଡାପା, ଲୁଙ୍ଗାରବାଡି, କାଲିମେଲା,ଗୁଡ୍ରିମାହା,ସ୍କୁଲ ସାହିକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି ।

hiring

ଏଥିସହିତ ଲାଇନପଡା ଗ୍ରାମର ପ୍ରବେଶ ପଥ ଓ ନିଳକନ୍ଦର ସାହି ରୁ କୋର୍ଟ ରୋଡ, ଜାଗୃତି ଅଫିସ ରାସ୍ତା, ଡଲାବାଡି ଛକ ରାସ୍ତା,ଦାସିଙ୍ଗବାଡ଼ି ଗ୍ରାମର ପ୍ରବେଶ ପଥ,ଟାପାସାହି ପ୍ରବେଶ ପଥ, ହାରିସାହି, ଗୋଲଡେନ ସାହି, ବଡସାହି, ମଝିସାହି, ବଣ୍ଡାପାଙ୍ଗା ସାହିର ପ୍ରବେଶ ପଥ, ଦାସିଙ୍ଗବାଡ଼ି ଠାରୁ ବ୍ରାହ୍ମଣୀଗାଁ ରାସ୍ତା କୁ ମଧ୍ୟ ଅଧା ବନ୍ଦ କରାଯାଇ ଅଧା ଖୋଲାଯାଇଛି । ସେହିପରି କୁତୁବାଡ଼ି ଠାରୁ ତଗାପାଙ୍ଗା ଛକ, ନିଳକନ୍ଦର ସାହି ଠାରୁ ସିକପାଟା ଛକ, ତୁର୍କିବାଡି ଠାରୁ ରୁକାନବାଡି ରାସ୍ତା, ତୁର୍କିବାଡି ଛକ, ମକପାଟା ପଲେ ଛକ,ଟିଡିସିସି ଠାରୁ ତୁର୍କିବାଡି ରାସ୍ତା, ସୁନାପଲ୍ଲୀ ପ୍ରବେଶ ପଥ, ଲୁଙ୍ଗାରବାଡି ରାସ୍ଥାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । କଂଟେନମେଂଟ ଜୋନ୍ ଘୋଷିତ ହୋଇଥିବା ଅଂଚଳ ଗୁଡିକରୁ କାହାରିକୁ ବାହାରକୁ ନଯିବା ଏବଁ ବାହାର ସ୍ଥାନରୁ କୈାଣସି ଲୋକଙ୍କୁ ପ୍ରବେଶ ନିଷେଧ କରାଯାଇଛି । ସେହିପରି ବଫର ଜୋନ ଘୋଷିତ ହୋଇଥିବା ଅଂଚଳରୁ ଲୋକେ କେବଳ ଜରୁରୀ କାର୍ଯ୍ୟରେ ବାହାରକୁ ଯିବା ଆସିବାକୁ ଅନୁମତି ଦିଆଯିବ ବୋଲି ସୂଚନା ଦିଆଯାଇଛି । ଏଥି ସହିତ ମେଡିସିନ ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବା ନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଅତିଆବଶ୍ୟକ ସାମଗ୍ରୀ ଘରକୁ ଘର ଯୋଗାଣ ନିମନ୍ତେ ଦାରିଙ୍ଗବାଡି ବିଡିଓ ଙ୍କୁ ନିର୍ଦେଶ ଦିଆଯାଇଛି । ଦାରିଙ୍ଗବାଡି ତହସିଲଦାର ନିତୀଶ କୁମାର ୍ ତ୍ରିପାଠୀଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇଥିବା ବେଳେ ଦାରିଙ୍ଗବାଡି ଥାନା ଅଧିକାରୀ କୈାଶିକ ମାଝୀ କଂଟେନମେଂଟ ଓ ବଫର ଜୋନ ଅଂଚଳରେ ପ୍ୟାଟ୍ରୋଲିଂ କଡ଼ାକଡ଼ି କରିବା ସହିତ ବ୍ୟାରିକେଟ ସ୍ଥାନରେ ପୁଲିସ ଫୋର୍ସ ମୃତୟନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × one =