ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ଭୃକ୍ଷେପ ନାହିଁ, ସାର କଳାବଜାର ଖୁଲମ୍ ଖୁଲା ଚାଲିଛି

0 1,943

ବୌଦ୍ଧ : ଗତ ଦୁଇ ଦିନ ତଳେ ସାର ବଣ୍ଟନରେ ଅନିୟମିତତା ଅଭିଯୋଗ ରେ ଜିଲ୍ଲାପାଳ ୬ ଜଣ ପ୍ୟାକ୍ସ ସମ୍ପାଦକ ଓ ୬ ଜଣ ଲାଇସେନ୍ସ ପ୍ରାପ୍ତ ଖୁଚୁରା ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତା ପରେ ଚାଷୀ ଆଶା କରୁଥିଲେ ସାର କଳାବଜାର କରୁଥିବା ଲୋକେ ଭୟ କରିବେ ଓ ଉଚିତ୍ ଦରରେ ଚାଷୀ ପାଇ ପାରିବେ । କିନ୍ତୁ ଫଳ ଓଲଟା ଦେଖିବାକୁ ମିଳୁଛି । ସାର ବସ୍ତା ପ୍ରତି ଦର ୨୬୬ ଟଂକା ୫୦ ପଇସା ଥିବା ବେଳେ ୪୫୦ ଟଂକା ଠାରୁ ଆରମ୍ଭ କରି ୬୦୦ ଟଙ୍କା ଲେଖାଏଁ ଖୁଲମ୍ ଖୁଲା ବିକ୍ରୀ ଚାଲିଛି ।

hiring

ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ଓ ବ୍ଲକ୍ ସ୍ତରରେ ସାର କଳାବଜାର ରୋକିବା ପାଇଁ ପ୍ରଶାସନ ସ୍କ୍ୱାର୍ଡ ଗଠନ କରିଛି କିନ୍ତୁ ସ୍କ୍ୱାର୍ଡ ଆଜି ଯାଏଁ କୌଣସି ସ୍ଥାନରେ ଚଢାଉ କରି ପାରିନାହିଁ । କେବଳ ଚାଷୀମାନେ ହିଁ ଶୋଷଣର ଶିକାର ହୋଇ ଚାଲିଛନ୍ତି । ଚାଷୀ ମାନଙ୍କ ହିତ ଦୃଷ୍ଟିରୁ ଜିଲ୍ଲାପାଳ ମହୋଦୟ ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତିରେ ରିଟେଲର ମାନେ ସାର ବିକିବା ପାଇଁ ବ୍ୟବସ୍ଥା କରାଗଲେ କଳାବଜାରକୁ ରୋକିବା ସମ୍ଭବ ହେବ ବୋଲି ଚାଷୀ ମାନେ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × one =