ବନ୍ୟାପରେ ଧାନ ଫସଲରେ ପତ୍ରପୋଡା ରୋଗ : ଚାଷୀ ଚିନ୍ତାରେ, କୃଷି ବିଭାଗର ନିଘା ନାହିଁ

0 114

ହରଭଙ୍ଗା : ଗତ ଅଗଷ୍ଟ ମାସରେ ଲଗାଣ ବର୍ଷା ତତ୍‌ଜନିତ ବନ୍ୟା ଯୋଗୁଁ ହରଭଙ୍ଗା ବ୍ଲକ ଅଂଚଳରେ ୮ଶହ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମିର ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାକି ରହିଥିବା ଏକର ଏକର ଜମିରେ ଧାନ ଫସଲରେ ଏବେ ପତ୍ରପୋଡା ରୋଗ ଲାଗିଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଫଳରେ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚଳିତ ବର୍ଷ ଭଳ ଚାଷ ହୋଇଥିବାରୁ ଚାଷୀମାନେ ଅନେକ ଆଶା ରଖି ଧାରକରଜ ଓ ଋଣ କରି ଚାଷ କାର୍ଯ୍ୟ କରିଥିଲେ । ଏବେ ବନ୍ୟା ଓ ପତ୍ରପୋଡା ଯୋଗୁଁ ଧାନଫସଲ ଉଜୁଡି ଯିବାରୁ ଚାଷୀ ଚିନ୍ତିତ ହୋଇପଡିଛନ୍ତି । ରୋଗ ନିରାକରଣ ପାଇଁ ଚାଷୀ ବିଭିନ୍ନ ପ୍ରକାର ଔଷଧ ସିଞ୍ଚନ କରିଥିଲେ ମଧ୍ୟ ତାହା ସୁଫଳ ମିଳୁନାହିଁ ।

hiring

ଏପରି କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯାଉନାହିଁ । ଏପରି କୃଷି କର୍ମଚାରୀମାନେ ନିୟମିତ କ୍ଷେତ୍ର ପରଦିର୍ଶନ କରିବାରୁ ଆସୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ବିଶେଷକରି ହରଭଙ୍ଗା, ଠିଆଘାଟ, ସୁରୁଣ୍ଡି, ଧଳପୁର, ଉଁଆଳ, ରାମଗଡ ଆଦି ଅଂଚଳରେ ଏକର ଏକର ଜମିରେ ପତ୍ରପୋଡା ରୋଗ ବ୍ୟାପିଛି । ବନ୍ୟା ଛାଡିବାର ୧୮ ଦିନ ବିତିଗଲା ଏପର୍ଯ୍ୟନ୍ତ ବନ୍ୟାରେ ଉଜୁଡି ଯାଇଥିବା ଫସଲର କ୍ଷୟକ୍ଷତି ବାବଦର ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ହରଭଙ୍ଗା ବ୍ଲକ ଚାଷୀମାନେ ଦାବି କରିଛନ୍ତି । ପତ୍ରପୋଡା ରୋଗର ନିରାକରଣ ପାଇଁ କୃଷି ବିଭାଗ ପକ୍ଷରୁ ଔଷଧ ଯଥାଶୀଘ୍ର ଯୋଗାଇ ଦେବାକୁ ଦାବି ହେଉଛି । ଏଭଳି ପରିସ୍ଥିତିରେ ଚାଷୀମାନେ ଚିନ୍ତାରେ ପଡି ରହିଛନ୍ତି । ଏ ଦିଗରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

eighteen − 4 =