ନିଜ ଜୀବନକୁ ବାଜିଲଗାଇ କାଠମାଫିଆଙ୍କୁ କାବୁକଲେ ବନ କର୍ମଚାରୀ ଓ ଗ୍ରାମବାସୀ

0 564

ଦଶପଲ୍ଲା : ନୟାଗଡ ଜିଲ୍ଲା ବାଣିଗୋଛା ଓ ବଉଦ୍‌ ବନଖଣ୍ଡ ସୀମାନ୍ତ ଅଂଚଳରୁ ରାତି ୧୧ ଟା ବେଳେ ଶାଗୁଆନ କାଠ ଚୋରା ଚାଲାଣ ହେଉଥିଲାବେଳେ ମାଡିବସିଲେ ବନକର୍ମଚାରୀମାନେ । ବନ କର୍ମଚାରୀଙ୍କ ଆଖିରେ ଧୂଳିଦେଇ ଖସିଯାଇଥିଲା ଅଭିଯୁକ୍ତ । ହେଲେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲା ଚୋରା ଶାଗୁଆନ କାଠ ନେଇ ଯାଉଥିବା ଅଟୋ । ପ୍ରାପ୍ତ ସୂଚନାନୁସାରେ, ପଟା ବୋଝେଇ ଅଟୋକୁ ବାଣିଗୋଛାଠାରେ ବାଣିଗୋଛା ବନ୍ୟପ୍ରାଣୀ ବିଭାଗ ଜବତ କରିଥିବା ଜଣାପଡ଼ିଛି । ହେଲେ ଅଟୋର ଡ୍ରାଇଭର ଫେରାର ହୋଇଥିବା ଜଣାପଡ଼ିଛି । ମାଧପୁର ରେଞ୍ଜ ତଳଗାଁ ଅଞ୍ଚଳରୁ ନୟାଗଡ ଜିଲ୍ଲା ବାଣିଗୋଛା ପଟକୁ ଏକ ଅଟୋରେ ୧୧ଖଣ୍ଡ ଶାଗୁଆନ ପଟା ଧରି ଦ୍ରୁତ ଗତିରେ ଚଂପଟ ମାରି ଚାଲିଯାଉଥିବା ବେଳେ ଗଣ୍ଡାପାଜୁ ଗ୍ରାମବାସୀମାନେ ବିଶେଷ ସୁତ୍ରରୁ ଖବର ପାଇ ବଦଲା ଫରେଷ୍ଟରଙ୍କୁ ଖବର ଦେଇଥିଲେ । ବାଣିଗୋଛା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଇ ଉକ୍ତ ଅଟୋକୁ ଧରାଯାଇଛି । ଉକ୍ତ ଚଢାଉରେ ଫରେଷ୍ଟର ଗାର୍ଡ଼ ରାଜ୍‌ କୁମାର ଶତପଥି ଓ ୱାଚର ଅଭିମନ୍ୟୁ ବାଘ, ଅସୀମ ସାହସ ପ୍ରଦର୍ଶନ କରି କାଠମାଫିଆଙ୍କୁ କାବୁ କରିଥିବା ବନାଚଂଳ ଅଧିକାରୀ ସଂସାର ବର୍ଗୀଆ ପ୍ରକାଶ କରିଛନ୍ତି । ଅଟୋ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅଟୋରେ ଥିବା ୧୧ ଖଣ୍ଡ ଶାଗୁଆନ କାଠକୁ ଜବତ କରିଛି ବନବିଭାଗ ।

hiranchal ad1
Leave A Reply

Your email address will not be published.

14 − 1 =