ସମ୍ବଲପୁର ମହାନଗର ଅଞ୍ଚଳରେ ସ୍ଥିତି ପୁଣି ସଙ୍କଟାପନ୍ନ: ଆଜିକାର ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୧୪୫ ରହିଛି

0 110

ସମ୍ବଲପୁର:ଆଜିକାର ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୧୪୫ ଘୋଷଣା କରାଯାଇଛି ଓ ଏହା ସହିତ ସମ୍ବଲପୁର ମହାନଗର ଅଂଚଳର ପୁଣି ସଙ୍କଟାପନ୍ନ ହୋଇଛି । ଏଠାରେ ଗତ ପ୍ରାୟ ଦଶ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଅନେକାଂଶରେ ନିୟନ୍ତ୍ରଣରେ ରହିଲା ପରେ ସ୍ଥିତି ପୁଣି ସଙ୍କଟାପନ୍ନ ଆଡ଼କୁ ଗତି କରୁଛି । ଆଜି ଗଣେଶ ପୂଜା ଉପଲକ୍ଷେ ସମଗ୍ର ନଗର ଉତ୍ସବ ମୁଖରିତ ହୋଇ ପଡ଼ିଛି । ପୁଣି ଆସନ୍ତାକାଲି ଏ ଅଂଚଳର ସବୁଠାରୁ ଅଧିକ ଲୋକପ୍ରିୟ ଗଣପର୍ବ ନୁଆଁଖାଇ ପାଳନ ଉପଲକ୍ଷେ ବଜାରରେ ଜନଗହଳି ବଢିଯାଇଛି । ଏପରି ସ୍ଥଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନ କରିବା ସମ୍ଭବ ହୋଇପାରୁନାହିଁ । ଏପଟେ ପୁଣି କରୋନା ସଂକ୍ରମଣ ବଢି ଚାଲିଛି ଓ ଉତ୍ସବରେ ମାତି ଜନସାଧାରଣଙ୍କ କଟକଣା ପ୍ରତି ନିଘା ନାହିଁ । ଏଣୁ ସବୁବେଳେ ଆଶଙ୍କା ରହିଛି ଯେ କେତେବେଳେ କିଛି ବି ଅଘଟଣ ହୋଇପାରେ । ଆଜିକାର ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ଘୋଷଣା ପରେ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୯ ଜଣ ମୃତ ଓ ୧୦୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୮୨୬ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସତର୍କତା ଅବଲମ୍ବନ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପରୀକ୍ଷା ସୁବିଧା ବଢେଇ ଦିଆଯାଉଛି । ଏହା ଜଣାଇବା ସହିତ ଜିଲ୍ଲାପାଳ ଶୁଭମ ସକସେନା ଗତକାଲି ସାମାଜିକ ଗଣମାଧ୍ୟମରେ ଜନସାଧାରଣ ଙ୍କୁ ଏହାର ଅଧିକରୁ ଅଧିକ ଲାଭାନ୍ୱିତ ହେବା ପାଇଁ ଅପିଲ କରିଛନ୍ତି ।

hiranchal ad1
Leave A Reply

Your email address will not be published.

6 − one =