୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

0 134

ଘୁ.ଉଦୟଗିରି:ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ସ୍କୁଲ ଗୁଡ଼ିକୁ ରୂପାନ୍ତରଣ କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ସମିତି ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ ମଧ୍ୟ ସରକାରଙ୍କ ତରଫରୁ ପଞ୍ଚାୟତ ସ୍କୁଲକୁ ୫ଟି ସ୍କୁଲରେ ରୂପାନ୍ତରିତ କରାଯାଇଛି । କିନ୍ତୁ ଗ୍ରାମବାସୀ ଓ ମୋ ସ୍କୁଲ ଅଭିଯାନ କମିଟି ପକ୍ଷରୁ ୫ଟି ସ୍କୁଲର ରୂପାନ୍ତରଣ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି । ପ୍ରଥମତଃ ସ୍କୁଲ ପରିସରକୁ ରାସ୍ତା ନାହିଁ ମୁଖ୍ୟ ଦ୍ୱାର ଏବଂ ରାସ୍ତା ଅସମ୍ପୂର୍ଣ୍ଣ ଅବସ୍ଥାରେ ଆଣ୍ଠୁଏ ଆଣ୍ଠୁଏ କାଦ ହୋଇ ରହିଛି । ଦ୍ୱିତୀୟ ବିଜ୍ଞାନ ପରୀକ୍ଷା ଗାରକୁ ମିଳିଥିବା ପରୀକ୍ଷଣ ସାମଗ୍ରୀ ଅଧ୍ୟୟନ ବିଷୟ ଭିତ୍ତିକ ନଥିବା ବେଳେ ଉନ୍ନତ ମାନର ମଧ୍ୟ ନୁହଁ ଓ ପର୍ଯ୍ୟାପ୍ତ ପରିମାଣର ନୁହେଁ । ତୃତୀୟ ସମସ୍ୟା ଛାତ୍ର ଛାତ୍ରୀଙ୍କ ଅଧ୍ୟୟନ ନିମନ୍ତେ ମିଳିଥିବା ୫ ଗୋଟି କମ୍ପ୍ୟୁଟର ଖରାପ ଥିବା ଯୋଗୁଁ କାର୍ଯ୍ୟକ୍ଷମ ହେଉନଥିବା ବେଳେ ନିମ୍ନ ମାନର କମ୍ପ୍ୟୁଟର ସଂଯୋଗ କରାଯାଇଛି । ଚତୁର୍ଥ ସମସ୍ୟା ଇଣ୍ଟରନେଟ ବ୍ୟବସ୍ଥା ନାହିଁ ତା ସହ ଇ-ଲାଇବ୍ରେରୀ କମ୍ପ୍ୟୁଟର ମଧ୍ୟ ଅଚଳ । ପଞ୍ଚମ ସମସ୍ୟା ସ୍କୁଲ ମଧ୍ୟକୁ ୩ ଫେଜ ବିଦ୍ୟୁତ ବ୍ୟବସ୍ଥା ସଂଯୋଗିକରଣ କରାଯାଇନାହିଁ । ଯାହା ଫଳରେ ବିଦ୍ୟାଳୟରେ ବିଦ୍ୟୁତ ନିର୍ଭର ଯୋଗ୍ୟ ସମସ୍ତ ପାଠ୍ୟକ୍ରମ କାର୍ଯ୍ୟକ୍ଷମ ହୋଇପାରୁନି ଏବଂ ସମସ୍ତ ବିଦ୍ୟୁତ ଉପକରଣ ଖରାପ ହେଉଥିବା ଅଭିଯୋଗ ହୋଇଛି । ଏବଂ ସ୍କୁଲ ପରିସର ପକ୍କା କରାଯାଇନାହିଁ ଯାହା ଫଳରେ ବର୍ଷା ଦିନେ କାଦ ପଚ ପଚରେ ଛାତ୍ରଛାତ୍ରୀମାନଙ୍କୁ ଆସିବାକୁ ପଡ଼ୁଛି । ୫-ଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଏପରି ବିଭିନ୍ନ ସମସ୍ୟା ଗୁଡ଼ିକୁ ନେଇ ରଟିଙ୍ଗିଆ ଗ୍ରାମବାସୀ ଅଭିଯୋଗ କରିବା ସହ ନିମ୍ନମାନର ଶିକ୍ଷା ସମ୍ବନ୍ଧିତ ଉପକରଣ ବିଦ୍ୟାଳୟ ନିମନ୍ତେ ପ୍ରଶାସନ ପକ୍ଷରୁ ଦିଆଯାଇଥିବାରୁ କ୍ଷୋଭ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ସରକାର ଗ୍ରାମୀଣ ଗରିବ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଯୋଗେଇବା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ କୋଟିକୋଟି ବ୍ୟୟ ବହୁଳ ଯୋଜନା ପ୍ରଣୟନ କରୁଛନ୍ତି କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ୫ଟି ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରଣ ପ୍ରକ୍ରିୟାରେ ଅନିୟମିତତା ଦେଖାଦେଉଛି । ଯାହା ଫଳ ସ୍ୱରୂପ ରଟିଙ୍ଗିଆ ଗ୍ରାମବାସୀଙ୍କ ଅଭିଯୋଗ ସହ ଚେତାବନୀ ରହିଛି କି ଯଥା ଶୀଘ୍ର ଆବଶ୍ୟକୀୟ ଉଚିତ ଉପକରଣ ଯୋଗାଇବା ସହ ଉପରୋକ୍ତ ସମସ୍ତ ସମସ୍ୟା ଗୁଡ଼ିକର ସମାଧାନ କରାଯାଉ ନଚେତ ଆଗାମୀ ଦିନରେ ଗ୍ରାମବାସୀ ଏକ ବଡ଼ ଧରଣର ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ।

hiranchal ad1
Leave A Reply

Your email address will not be published.

twenty − 13 =