ଓୟୁଏଟି ସତର୍କବାଣୀ ଜାରି,ବର୍ଷା ଆସୁଛି, କାଟି ଆଣ ଧାନ

0 81

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୩୦ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଧାନ ଅମଳ ସମୟରେ ବର୍ଷାକୁ ଦେଖି ଓୟୁଏଟି ସତର୍କବାଣୀ ଜାରି କରିଛନ୍ତି। ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ଚାଷୀଙ୍କୁ ସତର୍କ କରିଛି ଓୟୁଏଟି। ଗାଇଡ୍‌ଲାଇନ୍‌ ଅନୁସାରେ ବର୍ଷା ପୂର୍ବରୁ ୮୫% ପାଚି ଯାଇଥିବା ଧାନ କାଟି ଆଣନ୍ତୁ। କଟା ଯାଇଥିବା ଧାନକୁ ତୁରନ୍ତ ସୁରକ୍ଷିତ ସ୍ଥାନରେ ରଖନ୍ତୁ। କଟା ଧାନକୁ ପଲିଥିନ ଘୋଡ଼ାଇ ରଖନ୍ତୁ। ଧାନ ଜମିରୁ ବଳକା ପାଣି ନିଷ୍କାସନ ପାଇଁ ନାଳି କରନ୍ତୁ। ଧାନ ଗଛ ପଡ଼ିଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ। ବର୍ଷା ଛାଡ଼ି ଖରା ହେଲେ କେଣ୍ଡାକଟା ପୋକ ଲାଗିବା ସମ୍ଭାବନା ରହିଛି। ସବୁ ରବି ଫସଲ ବୁଣିବା ବା ଲଗାଇବା ସାମୟିକ ସ୍ଥଗିତ ରଖିବାକୁ ଓୟୁଏଟି ପରାମର୍ଶ ଦେଇଛି।

hiranchal ad1
Leave A Reply

Your email address will not be published.

7 − 2 =