ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦରଦାମ ବୃଦ୍ଧି, ବିଭିନ୍ନ ସାମଗ୍ରୀରେ ଜିଏସଟି ବୃଦ୍ଧି କରାଯାଇଥିବାରୁ ଏହାର ପ୍ରତିବାଦରେ ଜୋରଦାର ବିକ୍ଷୋଭ କରାଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ, ଛାତ୍ର କଂଗ୍ରେସ ସଭାପତି ଅନୁପମ କଁହର, ସୋସିଆଲ ମିଡିଆ ଚେୟାରମ୍ୟାନ ନନ୍ଦ କିଶୋର ଦାଶ, ହେମନ୍ତ କର, ସୂର୍ଯ୍ୟକାନ୍ତ ଦାଶ, ମହିଳା କଂଗ୍ରେସ ସଭାପତି ରୁଦା ମଲ୍ଲିକ, ନଗର ସଭାପତି ଶିବ ଶଙ୍କର ବେହେରା, ଶ୍ରମିକ ସଭାପତି ଘନ କୁମାର ଶବର, ଅମୀର ଚାନ୍ଦ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ସାମ୍ବାଦିକ ବଳଦେବ ବେହେରା, ଗୌର ଚରଣ ବେହେରା, ବିଳାସିନୀ ନାୟକ, ସନ୍ତୋଷ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଦାଶ, ନୁରସିଂହ ଶତପଥୀ ପ୍ରମୁଖ ଉପସ୍ଥିତ ରହି ବିଜେପି ସରକାର ବିରୁଦ୍ଧରେ ବର୍ଷି ଥିଲେ ।