ଯୁକ୍ତ ତିନିର ଦ୍ୱିତୀୟ ଓ ଚତୁର୍ଥ ଏବଂ ପିଜିର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ହେବନାହିଁ

0 94

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଓ ପାଠପଢାକୁ ନେଇ ବିଭାଗ ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏ ସଂପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇ କହିଛନ୍ତି ଯେ, କରୋନାଜନିତ ଲକଡାଉନ ଯୋଗୁଁ ବିଗିଡି ଯାଇଥିବା ଶିକ୍ଷାଦାନ ପରିଚାଳନା ବ୍ୟବସ୍ଥା ସଜାଡିବା ପାଇଁ ୟୁଜିସିର ମାର୍ଗଦର୍ଶିକା ପରିପ୍ରେକ୍ଷୀରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ସେହିକ୍ରମରେ ଆଜି ଲୋକସେବା ଭବନରେ ୟୁଜି ଓ ପିଜି ସେମିଷ୍ଟାର ପରୀକ୍ଷା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହିତ ଭିଡିଓ କନଫରେନସିକ୍ ମାଧ୍ୟମରେ ଆଲୋଚନା ହୋଇଥିଲା । ଆଲୋଚନା ଅନୁଯାୟୀ +୩ରୁ ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ପରୀକ୍ଷା ହେବ ନାହିଁ । ସେହିଭଳି ପିଜିର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ହେବ ନାହିଁ । ବିଶ୍ୱ ବିଦ୍ୟାଳୟଗୁଡିକ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଇବେ । ସେମାନଙ୍କୁ ପରବର୍ତ୍ତୀ ସେମିଷ୍ଟାରକୁ ଉତ୍ତୀର୍ଣ୍ଣ କରାଯିବ । ଦ୍ୱିତୀୟତଃ ପ୍ରଥମ ଥର ଯୁକ୍ତତିନି ଓ ପିଜି ପାଠ୍ୟକ୍ରମର ୨୫ପ୍ରତିଶତ ଗାଇଡେଡ ସେଲ୍ଫ ଷ୍ଟଡି ଦ୍ୱାରା କୋଭର କରାଯିବ । ଯାହା ଆମେ କରିବାକୁ ବାଧ୍ୟ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ସେ କହିଥିଲେ ଯୁକ୍ତିତିନି ଓ ପିଜି ପାଠ୍ୟକ୍ରମର ୨୫ପ୍ରତିଶତ ଗାଇଡେଡ୍ ସେଲ୍ଫ ଷ୍ଟଡି ଦ୍ୱାରା କୋଭର କରାଯିବା ବ୍ୟବସ୍ଥା ମଧ୍ୟ ୟୁଜିସି ଗାଇଡଲାଇନରେ ରହିଛି । ଛାତ୍ରଛାତ୍ରୀମାନେ ସେଲ୍ଫ ଷ୍ଟଡି ମେଟେରିଆଲ ନିଜେ ପଢିବେ । ଟିଉଟରିଆଲ କ୍ଲାସରେ ଅଧ୍ୟାପକମାନେ ଦ୍ୱନ୍ଦ୍ୱ୍ ଦୂର କରିବେ ।

hiranchal ad1
Leave A Reply

Your email address will not be published.

7 − three =