ଏବେ ନୁହେଁ,ଜୁଲାରେ ଆସିପାରନ୍ତି ପଙ୍ଗପାଳ !

0 120

ଭୁବନେଶ୍ୱର : ଚଳିତ ସପ୍ତାହରେ ପଙ୍ଗପାଳ ଓଡିଶା ଆସିବେ ବୋଲି ଆକଳନ କରାଯାଉଥିଲା । ହେଲେ ପଙ୍ଗପାଳ ଚଳିତ ସପ୍ତାହରେ ନୁହେଁ ଆସନ୍ତା ଜୁଲାଇରେ ଓଡିଶା ଆସିପାରନ୍ତି ବୋଲି ଜାତିସଂଘ କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଛି । କେନ୍ଦ୍ର ସରକାରଙ୍କ ମଧ୍ୟ ଏହି ସୂଚନା ପାଇବା ପରେ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶିକା ଜାରି କରିଛନ୍ତି । ପଙ୍ଗପାଳମାନଙ୍କ ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବରୁ ସମୀକ୍ଷା କରିଛନ୍ତି । କୃଷି ବିଭାଗ ପକ୍ଷରୁ ଏହା ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ଏଣୁ ପଙ୍ଗପାଳ ଓଡିଶା ଆସିଲେ ତାହାର କଡା ମୁକାବିଲା କରାଯାଇପାରିବ ବୋଲି ରାଜ୍ୟ କୃଷି ନିର୍ଦ୍ଦେଶକ ଏମ୍ ମୁଥୁକୁମାର କହିଛନ୍ତି । ସେ କହିଛନ୍ତି ଯେ, ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଅଛନ୍ତି । ବର୍ତ୍ତମାନ ସେଠାରେ ସେମାନେ ଦୁର୍ବଳ ହେଉଛନ୍ତି । ତେଣୁ ସେମାନେ ଆଉ ଛତିଶଗଡ ଆସିବେ ନାହିଁ । ତେବେ ଜୁଲାଇ ବେଳକୁ ନୂଆ ପଙ୍ଗପାଳ ଆସିବାର ଆଶଙ୍କା କରାଯାଉଛି । ପାକିସ୍ତାନରୁ ଆସିଥିବା ଏହି ପଙ୍ଗପାଳ ଦଳ ଇତି ମଧ୍ୟରେ ଉତ୍ତର ଓ ପଶ୍ଚିମ ଭାରତରେ ଅନେକ ଫସଲ କ୍ଷତି କଲେଣି । ଏଣୁ ପଙ୍ଗପାଳ ଓଡିଶା ଆସିଲେ ତାକୁ ସରକାର ମୁକାବିଲା କରିପାରିବେ ।

hiranchal ad1
Leave A Reply

Your email address will not be published.

20 + 1 =