ଷଷ୍ଠ ସାଧାରଣ ପରିଷଦ ସମୀକ୍ଷା ବୈଠକ, ଯୋଗ ଦେଲେ ବିଧାୟକ

0 116

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସାମୁହିକ ବିକାଶ ଦିଗରେ ଗୁରୁବାରଦିନ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଷଷ୍ଠ ସାଧାରଣ ପରିଷଦ ସମୀକ୍ଷା ବୈଠକ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବୈଠକ ରେ ବୌଦ୍ଧ ବିଧାୟକ ସରୋଜ କୁମାର l ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥିଭାବେ ସାଂସଦ ପ୍ରତିନିଧି ସୂର୍ଯ୍ୟ ନାରାୟଣ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ , ୭ନଂ ଜୋନ ଜିଲ୍ଲା ପରିଷଦ ବିଶ୍ୱଜିତ ମିଶ୍ର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ସେଠି ଉପସ୍ଥିତ ରହିଥିଲେ l ଉକ୍ତ ବୈଠକରେ ବ୍ଲକ ସ୍ତରୀୟ ବିଭାଗ ଅଧିକାରୀଙ୍କ ସମେତ ୨୨ଗୋଟି ପଞ୍ଚାୟତର ଜନ ପ୍ରତିନିଧି ଉପସ୍ଥିତ ରହି କୃଷି, ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକା, ଜଳ ସେଚନ, ମହିଳା ଓ ଶିଶୁ ବିଭାଗ, ମଙ୍ଗଳ ବିଭାଗ, ଓଡିଶା ଜୀବିକା ମିଶନ, ସାମାଜିକ ମଙ୍ଗଳ, ସାଧାରଣ ବଣ୍ଟନ, ମନୋରେଗା, ଗ୍ରାମୀଣ ଆବାସ, ବନି କରଣ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୋଜନା ତଥା କାର୍ଯ୍ୟକାରିତା, ବ୍ଲକ ପଂଚାୟତ ଉନ୍ନୟନ ଯୋଜନା ଉପରେ ଆଲୋଚନା କରିଥିଲେ l ଆଲୋଚନା ସମୟରେ ନିର୍ବାଚନ ଜନପ୍ରତିନିଧି ମାନେ ନିଜ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଥିଲେ l ବିଧାୟକ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସହିତ ମୌଳିକ ସମସ୍ୟା ଉପରେ ପ୍ରାଥମିକତା କ୍ଷେତ୍ରରେ ପ୍ରଥମେ ଧ୍ୟାନ ଦେବା ସହିତ ଏଲ ଏଣ୍ଡ ଟି କମ୍ପାନୀର ମେଗା ପାନୀୟ ଜଳ ପ୍ରକଳ୍ପ ଅଧପନ୍ତରା କରି ନିମ୍ନ ମାନର କାର୍ଯ୍ୟ ଓ ବିନା ସୂଚନାରେ ବିଭିନ୍ନ ସ୍ଥାନରେ ଖୋଳି ପକାଉଥିବା ନେଇ ଯଥାଶୀଘ୍ର କାର୍ଯ୍ୟ ସମାପ୍ତ କରି କେନ୍ଦ୍ର ସରକାରଙ୍କ ଘର ଘର ଜଳ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବିଧାନସଭାରେ କଥା ଉଠାଇବା ନେଇ ମତ ରଖିଥଲେ l

hiranchal ad1
Leave A Reply

Your email address will not be published.

17 + 5 =