ଯୋଡା : ଶୁକ୍ରବାର ଦିନ ୧୦ ଘଟିକା ସମୟରେ ଯୋଡା ବସ୍ ଷ୍ଟାଣ୍ଡ ନିକଟରେ ଅବସ୍ଥିତ ତ୍ରିପାଠୀ ପେଟ୍ରୋଲ ପମ୍ପ ସାମ୍ନାରେ ମ୍ୟୁନିସିପାଲିଟିର ଅଳିଆ ବୁହା ଟ୍ରାକ୍ଟର ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ଗୋଡ ଭାଙ୍ଗିଯିବା ଫଳରେ ତାଙ୍କୁ ଚିକିତ୍ସା ନିମନ୍ତେ କେନ୍ଦୁଝର ବଡ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି । ତେବେ ଅଳ୍ପକେ ତାଙ୍କର ୨ ପୁଅ ନିଶ୍ଚିନ୍ତ ମୃତ୍ୟୁ ମୁଖରେ ଅଳ୍ପକେ ବଞ୍ଚିଯାଇଥିଲେ । ଦୁର୍ଘଟଣାଟି ଅତ୍ୟନ୍ତ ଭୟଙ୍କର ଭାବେ ଘଟିଥିବା ବେଳେ ଘଟଣା ସ୍ଥଳରେ ଜନସାଧାରଣଙ୍କ ରୁଣ୍ଡ ହୋଇଯିବା ଫଳରେ କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଆହତ ବ୍ୟକ୍ତି ଜଣଙ୍କ ହେଲେ ୱାର୍ଡ ନଂ.୭ ସହିଦ ନଗରର ଔରଙ୍ଗଜେବ ଖାନ । ସୂଚନା ମୁତାବକ ଔରଙ୍ଗଜେବ ତାଙ୍କର ୨ ପୁଅ ସୋନୁ (୭) ଓ ଆର୍ୟନ (୧୦) କମାରଯୋଡାସ୍ଥିତ ସରକାରୀ ଡାକ୍ତରଖାନା ଚିକିତ୍ସା ନିମନ୍ତେ ମୋଟର ସାଇକେଲରେ ନେଇଯାଇଥିଲେ । ସେଠାରୁ ସେ ଫେରୁଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା ।