୭୫ ତମ ବନ ମହୋତ୍ସବ

0 63

ଦେବଗଡ : ଦେବଗଡ ବନବିଭାଗ ଏବଂ ଜିଲ୍ଲା ସାମ୍ବାଦିକ ସଙ୍ଘର ମିଳିତ ଉଦ୍ୟମରେ ମଙ୍ଗଳବାର ଦିନ ୧୨ ଟାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୭୫ ତମ ବନ ମହୋତ୍ସବ ଅବସରରେ ଦେବଗଡ କୁରୁଡକୋଟ ସ୍ଥାୟୀ ନର୍ସରୀ ଠାରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା। ଏହା ପୂର୍ବରୁ ବନବିଭାଗ ସମ୍ମିଳନୀ କକ୍ଷରେ ସାମ୍ବାଦିକ ଏବଂ ବନବିଭାଗ କର୍ମଚାରୀଙ୍କୁ ନେଇ ଏକ ସଚେତନତା ବୈଠକ ହୋଇଥିଲା। ଏଥିରେ ଦେବଗଡ ବନଖଣ୍ଡ ଅଧିକାରୀ ମଗର ଧାନାଜି ରାଓସୋ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ପରିବେଷ ସନ୍ତୁଳନ ପାଇଁ ବୃକ୍ଷରୋପଣର ଆବଶ୍ୟକତା ଏବଂ ସାମ୍ବାଦିକ ମାନଙ୍କର ଭୂମିକା ଉପରେ ବନଖଣ୍ଡ ଅଧିକାରୀ ଆଲୋକପାତ କରିଥିଲେ । ଏଥିସହ ବୃକ୍ଷରୋପଣ ଭଳି ଏକ ପବିତ୍ର କାର୍ଯ୍ୟରେ ସାମ୍ବାଦିକ ମାନେ ନିଜକୁ ସାମିଲ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଜିଲ୍ଲା ସାମ୍ବାଦିକ ସଙ୍ଘର ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ରିଆମାଳ ରେଞ୍ଜର ନିରଞ୍ଜନ ଧରୁଆ, ସାମ୍ବାଦିକ ସିଦ୍ଧାର୍ଥ ଗୁରୁ ପ୍ରମୁଖ ମଞ୍ଚାସିନ ରହିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ନନ୍ଦ, ଗଣନାଥ ମହାପାତ୍ର ପ୍ରମୁଖ ଦେବଗଡ ବନଖଣ୍ଡର ବିକାଶ ସମେତ ବିଭିନ୍ନ ବନବିଭାଗ ଅଧିନରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଦେବଗଡ ଫରେଷ୍ଟର ପ୍ରିତମ ସାହୁ ମଞ୍ଚ ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଜିଲ୍ଲା ସାମ୍ବାଦିକ ସଙ୍ଘର ବହୁ ସଦସ୍ୟ ଏବଂ ବନବିଭାଗ କର୍ମଚାରୀ ମିଳିତ ଭାବେ ବୃକ୍ଷରୋପଣ କରିଥିଲେ । ଦେବଗଡ଼ ରୁ ବିବେକାନନ୍ଦ ସାହୁ

hiranchal ad1
Leave A Reply

Your email address will not be published.

15 − 11 =