ବୌଦ୍ଧ: ଜିଲ୍ଲାରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଯୋଗୀନ୍ଦ୍ରଦେବ ହାଇସ୍କୁଲରେ ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଏଠାରେ ୭୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ମୂଲ୍ୟାୟନରେ ନିଯୁକ୍ତ ହୋଇଛନ୍ତି । ଗତକାଲି ଖାତା ଦେଖାର ପ୍ରଥମ ଦିନରେ ମୂଲ୍ୟାୟନ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଭିଯୋଗ କରିଛନ୍ତି ।
ଗୋଟିଏ ପ୍ରକୋଷ୍ଠରେ ପ୍ରାୟ ୧୫ରୁ ୧୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବସି ଖାତା ଦେଖୁଥିବାବେଳେ କେନ୍ଦ୍ରରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଗୋଟିଏ ପ୍ରକୋଷ୍ଠରେ ୨ଟି ସିଲିଂ ଫ୍ୟାନ ଲାଗିଛି ମାତ୍ର ତାହାର ପବନ ସମସ୍ତଙ୍କୁ ପହଞ୍ଚୁନାହିଁ । ସେହିପରି ୪୩ ଡିଗ୍ରୀ ତାପମାତ୍ରାରେ ବୌଦ୍ଧସହର ତତଲା କଡେଇରେ ପରିଣତ ହୋଇଥିବାବେଳେ ଥଣ୍ଡା ପାନୀୟଜଳର ସୁବ୍ୟବସ୍ଥା ମଧ୍ୟ କରାଯାଇନାହିଁ । ସକାଳୁ ଗୋଟିଏ ଲେଖାଏଁ ଡ୍ରମରେ ଭର୍ତ୍ତିକରି ଯେଉଁ ପାଣି ଦିଆଯାଉଛି ତାହା ସକାଳ ୧୧ଘଣ୍ଟା ବେଳକୁ ପ୍ରବଳ ତାତିଯାଉଛି ଓ ସେମାନେ ତାହା ପିଇବାକୁ ବାଧ୍ୟ ହେଉଛନ୍ତି ବୋଲି ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଭିଯୋଗ କରିଛନ୍ତି । ମୂଲ୍ୟାୟନ କେନ୍ଦ୍ର ମଧ୍ୟକୁ ସେମାନେ ପ୍ରବେଶବେଳେ ହାତ ଧୋଉଥିବା ଓ ସାନିଟାଇଜ ହେଉଥିବାବେଳେ ଦିନତମାମ ଆଉ ତାହାର ବ୍ୟବସ୍ଥା ଉପଲବ୍ଧ କରାଯାଉନଥିବା ଅଭିଯୋଗ ହୁଏ ।
ଏ ସଂପର୍କରେ ସମସ୍ତ ଅଭିଯୋଗକୁ କିନ୍ତୁ ଖଣ୍ଡନ କରନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର । ପଙ୍ଖାଗୁଡିକୁ ଆବଶ୍ୟକ ମରାମତି କରାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ଓ କେନ୍ଦ୍ର ପରିସରରେ ଏକ ଥଣ୍ଡା ବିଶୁଦ୍ଧ ପାନୀୟଜଳ ମେସିନ ଥିବା ପ୍ରକାଶ କରିଥିଲେ । କେନ୍ଦ୍ରରେ ସାନିଟାଇଜର, ସାବୁନ ଓ ପାଣି ଉପଲବ୍ଧ ରହିଛି ବୋଲି ଶ୍ରୀ କୁଜୁର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post