ଚାଷୀଙ୍କ ଖାତାକୁ ଗଲା ୯୨୦ କୋଟି କାଳିଆ ଟଙ୍କା

0 121

ଭୁବନେଶ୍ୱର: ଆସନ୍ତା କାଲି ଅଷୟତୃତୀୟା ।ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦ ର ଦିନ । ଚାଷ କାମ ର ଅନୁକୂଳ କାଲି ଠାରୁ ଆରମ୍ଭ ହୋଇଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ଭଉଣୀ ମାନଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟର ୪୨ ଲଷ ଚାଷୀ ପରିବାର ର ବ୍ୟାଙ୍କ ଖାତାରେ ଖରିଫ ୨୦୨୧ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରାଯାଇଥିବା ବିଷୟ ଘୋଷଣା କରିଥିଲେ ।ରାଜ୍ୟର ଛୋଟ ଚାଷୀ,ନାମ ମାତ୍ର ଚାଷୀ ଓ ଭୂମି ହୀନ ଚାଷୀ ପରିବାର ସମସ୍ତେ ଏହି କାଳିଆ ଯୋଜନା ର ସହାୟତା ପାଇ ଏହାକୁ ଚାଷ କାମରେ ତଥା ଜୀବନ ଜୀବିକାର ଉନ୍ନତି ରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା । ଏହି ଯୋଜନା ଚାଷୀ ମୁହଁ ରେ ହସ ଆଣିଛି । ଚାଷୀର ଋଣ ଭାର ଲାଘବରେ ମଧ୍ୟ ଏହା ସହାୟକ ହୋଇଛି । ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଚାଷୀ ଙ୍କ ତ୍ୟାଗ ର ଉଚ୍ଚ଼ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଆମର ଗର୍ବ ଓ ଗୌରବ । ଦେଶ ଓ ସମାଜ ପାଇଁ ଚାଷୀର ତ୍ୟାଗ ର ତୁଳନା ନାହିଁ ।ଗତବର୍ଷ କୋଭିଡ଼ ସମୟରେ ଚାଷୀ ହି ଅର୍ଥନୀତି କୁ ସଜୀବନୀ ପରି ଶକ୍ତି ଦେଇଥିଲା ।ତେଣୁ ଚାଷୀର ତ୍ୟାଗ ର ମୂଲ୍ୟ କେହି ଦେଇ ପାରିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ \”ମୋ ରାଜ୍ୟର ଚାଷୀ ,ଭଲରେ ରହୁ । ତାର ରୋଜଗାର ବଢୁ ତା ପରିବାରରେ ସମୃଦ୍ଧି ଆସୁ ।ଏଥିପାଇଁ ମୁଁ କାମ କରୁଛି ଓ କରିଚାଲିବି ।\” କୋଭିଡ଼ ସମ୍ପର୍କରେ ସଚେତନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ଆମେ କୋଭିଡ଼ ସଂକ୍ରମଣର ଦ୍ୱିତୀୟ ଲହର ର ସାମନା କରୁଛେ ।ସକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲକ୍ ଡାଉନ ଚାଲିଛି ।କିନ୍ତୁ କୃଷି ଷେତ୍ର ପାଇଁ କୌଣସି ଲକ୍ ଡାଉନ ନାହିଁ । ତେଣୁ ଚାଷୀ ଭାଇମାନେ କୋଭିଡ଼ ନିୟମ ମାନି ଚାଷ କାମ ଜାରି ରଖିବା ସହିତ ସରକାରଙ୍କ ବିଭିନ୍ନ କୃଷି ବିକାଶ ଯୋଜନା ର ସୁଯୋଗ ମଧ୍ୟ ନେବା ସେ ପାଇଁ ଆହ୍‌ବାନ ଜଣାଇଥିଲେ ।
ଶେଷରେ ,ଚଳିତ ବର୍ଷ ପାଇଁ ଭଲ ପାଗ ,ଭଲ ଫସଲ ଓ ଚାଷୀ ପରିବାରର ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସହ ମୁଖ୍ୟମନ୍ତ୍ରୀ ସରକାର ଙ୍କ କୋଭିଡ଼ ନିୟମ କୁ କଡା କଡି ଭାବରେ ପାଳନ କରିବା ପାଇଁ ସମସ୍ତ ଙ୍କୁ ପୁଣି ଥରେ ନିବେଦନ କରିଥିଲେ ।
ସୂଚନାଯୋଗ୍ୟ ଯେ କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଶ୍ରେଷ୍ଠ କୃଷି କଲ୍ୟାଣ ଯୋଜନା । ଏହି ଯୋଜନା ରେ ଲଷ ଲଷ ଛୋଟ ଚାଷୀ ,ନାମ ମାତ୍ର ଚାଷୀ ଓ ଭୂମି ହୀନ ଚାଷୀ ପରିବାର ଉପକାର ପାଉଛନ୍ତି ।
କାଳିଆ ସହାୟତାରେ ଚାଷୀ କୃଷି ସାମଗ୍ରୀ କିଣବା ବେଳ ଭୂମି ହୀନ ଚାଷୀ ଛେଳି କୁକୁଡ଼ା ବତକ ପାଳନ ଆଦିରେ ବିନିଯୋଗ କରି ତା ପରିବାର ର ରୋଜଗାର ବଢାଇଥାଏ ।
ଏହି କାର୍ଯ୍ୟକ୍ରମ ରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ଉଚ୍ଚ଼ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ,କାଳିଆ ଯୋଜନା କିପରି କୋଭିଡ଼ ସମୟରେ ଚାଷୀ ପରିବାର ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରିଛି ତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟ କ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ।ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟର ମୁଖ୍ୟ ପରାମର୍ଶ ଦାତା ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

sixteen + 7 =