ସମ୍ବଲପୁର ଜିଲ୍ଲାରୋ କରୋନା ପଜିଟିଭ ସଂଖ୍ୟା ୧୫ ହେଲା : ନୂଆ ତିନୋଟି ମାମଲା ମଧ୍ୟରୁ ଜଣେ ମହିଳା

0 127

ସମ୍ବଲପୁର:ତିନୋଟି ନୂଆ କରୋନା ପଜିଟିଭ ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲା ରେ ମୋଟ ସଂଖ୍ୟା ୧୫ରେ ପହଞ୍ଚିଛି । ଏହି ଜିଲ୍ଲାରେ ସର୍ବପ୍ରଥମ ପଜିଟିଭ କେସ ଗତ ମେ ୧୭ ତାରିଖରେ ରେଢାଖୋଲ ଉପସମ୍ଭାଗ ଅନ୍ତର୍ଗତ ଲୁହାପଙ୍କ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ଚିହ୍ନଟ କରାଗଲା ଓ ଗତ ୧୯ଦିନରେ ଏହା ୧୫ କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୫ଜଣ ସୁସ୍ଥ ହୋଇ ଘରକୁ ଫେରି ଗଲେଣି ଓ ହସ୍ପିଟାଲରେ ୧୦ଜଣଙ୍କ ଚିକିତ୍ସା ଚାଲିଛି । ଏମାନଙ୍କ ବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ପ୍ରଥମ ଜଣକ ୨୯ବର୍ଷୀୟ ଯୁବକ ଓ ସେ ଗତ ୧୭ ତାରିଖ ଆନ୍ଧ୍ରପ୍ରଦେଶ ରୁ ଆସିଥିଲେ । ସେହିପରି ସେଦିନ ଆଉଜଣେ ୨୨ବର୍ଷୀୟ ଯୁବକ ମହାରାଷ୍ଟ୍ରରୁ ଆସିଥିଲେ । ଉକ୍ତ ଦୁହି ଜଣଙ୍କୁ ସ୍ଥାନୀୟ ବାମରା ବ୍ଲକ ଅନ୍ତର୍ଗତ ପିଣ୍ଡାପଥର ହାଇସ୍କୁଲ କ୍ୱାରେଣ୍ଟାଇନ କେନ୍ଦ୍ର ରେ ୧୪ ରଖିଲା ପରେ ଘରକୁ ଛଡା ଯାଇ ଥିଲା । ସେମାନଙ୍କ ଦେହରେ କରୋନାର କିଛି ଲକ୍ଷଣ ମଧ୍ୟ ଦେଖାଯାଇ ନଥିଲା, କିନ୍ତୁ ସ୍ୱାବ ପରୀକ୍ଷା ରୁ ସେଦୁହେଁ ପଜିଟିଭ ଚିହ୍ନଟ ହେଲେ । ଇତିମଧ୍ୟରେ ସେମାନେ ନିଶ୍ଚିନ୍ତ ହୋଇ ହାଟବଜାର ସହିତ ସବୁଆଡେ ବୁଲାବୁଲି କରି ଥିବାରୁ ସେମାନଙ୍କ ସମ୍ପର୍କ ସୂତ୍ର ଢେର ଲମ୍ବା ହୋଇ ପାରେ ବୋଲି ଆଶଙ୍କା କରାଯାଉଛି । ଗତକାଲି ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କ ରେ ଆସିଥିବା ୧୮ଟି ପରିବାର ଓ ୨୮ ଜଣଙ୍କୁ ଚିହ୍ନଟ କରାଯାଇ ହୋମ କ୍ୱାରେଣ୍ଟାଇନରେ ରହିବା ପାଇଁ ସ୍ଥାନୀୟ ତହସିଲଦାର ନିର୍ଦ୍ଦେଶ ଦେଇ ଛନ୍ତି ଓ ଏହି ଶୃଙ୍ଖଳା ରେ ଆହୁରି ଅନେକ ସାମିଲ ହୋଇ ପାରନ୍ତି । ସେହିପରି ତୃତୀୟ ଜଣକ ୨୩ବର୍ଷୀୟା ଯୁବତୀ ଓ ସେ ଗତ ୨୨ତାରିଖ ରେ ହାଇଦ୍ରାବାଦ ରୁ ଆସି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ହୋମ ଆଇସୋଲେଶନ ରେ ଥିଲେ । ତାଙ୍କ ଦେହ ରେ ମଧ୍ୟ କରୋନା ର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା କିନ୍ତୁ ସ୍ୱାବ ପରୀକ୍ଷା ରେ ପଜିଟିଭ ବାହାରି ଥିଲା । ଉକ୍ତ ତିନିଜଣ ଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ରାଉରକେଲା କୋଭିଡ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି ଓ ସେମାନେ ଇତିମଧ୍ୟରେ କାହା କାହା ସହିତ ମିଶିଛନ୍ତି ତାଙ୍କର ସମ୍ପର୍କ ସୂଚୀ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି ।

hiranchal ad1
Leave A Reply

Your email address will not be published.

19 + 17 =