ଦନ୍ତାହାତୀ ଶିକାର ଘଟଣା:ନିଜ ମୁଣ୍ଡରୁ ଦୋଷ ହଟାଇବାକୁ ନିରୀହ ଉପରେ କାର୍ଯ୍ୟାନୁଷ୍ଠାନ !

0 698

ବୌଦ୍ଧ : ମାଧପୁର ରେଞ୍ଜ ଅନ୍ତର୍ଗତ ମୁଣ୍ଡେଶ୍ୱର ଜଙ୍ଗଲରେ ଦନ୍ତାହାତୀ ମୃତ୍ୟୁଘଟଣାକୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ତଦନ୍ତରେ ବନବିଭାଗ ସଫଳତା ହାସଲ କରିପାରିନଥିବା ଚର୍ଚ୍ଚା ହେଉଛି । ବନବିଭାଗର ବ୍ରହ୍ମପୁର ମୁଖ୍ୟ ବନସଂରକ୍ଷକ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କୁ ତାଗିଦ କଲାପରେ ବର୍ତ୍ତମାନ ବନବିଭାଗ ତଦନ୍ତରେ ସକ୍ରିୟ ହେଉଥିବା ଦେଖିବାକୁ ମିଳୁଛି । ଗତ ୧୯ ତାରିଖ ଦିନ ତଳଗାଁ ଗ୍ରାମପଞ୍ଚାୟତର ପଙ୍କାଳସାହି ଗ୍ରାମର ୭ଜଣ ବ୍ୟକ୍ତିଙ୍କୁ ବନବିଭାଗ ଶିକାରୀ ସନ୍ଦେହରେ ଉଠାଇଆଣି ନିଜମୁଣ୍ଡରୁ ଦୋଷ ଛଡାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି । ବନବିଭାଗ ଅଟକ ରଖିଥିବା ୩ଜଣଙ୍କୁ ଗତକାଲି ଛାଡିଦେଇଥିବାବେଳେ ବର୍ତ୍ତମାନ ମଧ୍ୟ ୪ଜଣ ଲୋକ ଅଟକ ଅଛନ୍ତି । ନିରୀହ ଲୋକଙ୍କୁ ଅଟକରଖି ନିର୍ଯ୍ୟାତନା ଦିଆଯାଉଥିବାର ଅଭିଯୋଗ କରି ୯ନମ୍ବର ଜିଲ୍ଲା ପରିଷଦ ଜୋନର ସଦସ୍ୟ ଅବକାଶ ସାହୁ ପୁରୁଣାକଟକ ରେଞ୍ଜ ଅଫିସ ଆଗରେ ଅଟକ ରହିଥିବା ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କ ସହ ଧାରଣାରେ ବସିଥିଲେ । ଯଦି ଅଟକ ବ୍ୟକ୍ତିମାନେ ଦୋଷୀ ତେବେ ତାଙ୍କୁ କୋର୍ଟଚାଲାଣ କରାଯାଉ ନତୁବା ସେମାନେ ଯଦି ନିର୍ଦ୍ଦୋଷ ତେବେ ତାଙ୍କୁ ତୁରନ୍ତ ଛାଡି ଦେବାକୁ ଦାବି କରିଥିଲେ ।
ହାତୀ ମୃତ୍ୟୁ ଘଟଣାକୁ ନେଇ ଅଡୁଆରେ ପଡିଥିବା ବନବିଭାଗ ଅଧିକାରୀମାନେ ବର୍ତ୍ତମାନ ନିଜ ଉପରୁ ଦୋଷ ଛଡାଇ କେମିତି ଅନ୍ୟ ଉପରେ ଢାଳିବେ ସେଥିପାଇଁ ନିରୀହ ମାନଙ୍କୁ ଅଟକ ରଖିଛି ବୋଲି ଶ୍ରୀ ସାହୁ କହିଛନ୍ତି । ପୂର୍ବରୁ ଠିକା କଂପାନୀ ଦ୍ୱାରା ଶହଶହ ମୂଲ୍ୟବାନ ଗଛକଟା ମାମଲାରେ ଅସଲ ଦୋଷୀକୁ ଛାଡି ମୁଲିଆ/କାଠୁରିଆ ଗିରଫକରି ବନବିଭାଗ ସମାଲୋଚିତ ହୋଇଥିବାବେଳେ ଏବେ ହାତୀ ମୃତ୍ୟୁ ମାମଲା ବିଭାଗର ଆହୁରି ଟେନସନ ବଢାଇ ଦେଇଛି ।

hiranchal ad1
Leave A Reply

Your email address will not be published.

1 + 20 =