ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବାସୀ ସେବା ସମିତି ତାଲିମ୍ କେନ୍ଦ୍ରରେ ସ୍ୱର୍ଗତ ସ୍ୱେଚ୍ଛାସେବୀ ଜମଜ ପରିଛାଙ୍କୁ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯିବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ସଂଘ ପକ୍ଷରୁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି ସଂଘ ପକ୍ଷରୁ । ସ୍ୱର୍ଗତ ପରିଛା ପାଖାପାଖି ୩୭ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ରହି ସମାଜସେବା କାର୍ଯ୍ୟ କାର୍ଯ୍ୟରେ ଲିପ୍ତ ଥିଲେ । ଏଥିସହିତ ସେ ଏକାଧାରରେ ଗ୍ରାମ ପ୍ରଗତି ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ, ଆଇନଜୀବୀ ଓ ଜଣେ ପୁରୁଖା ସ୍ୱେଚ୍ଛାସେବୀ ଥିଲେ । ଗତ ମେ ୩୦ ତାରିଖରେ ମୋଟରସାଇକେଲ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ । ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର ବିବେକାନନ୍ଦ ହସପିଟାଲରେ ଭର୍ତ୍ତି କରାଇଥିଲେ । ଚିକିତ୍ସିତ ଅବସ୍ଥାରେ ଜୁନ୍ ୧ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଜିଲ୍ଲାର ସମସ୍ତ ସ୍ୱେଚ୍ଛାସେବୀ ଗଭୀର ଶୋକ ପ୍ରକାଶ କରିଥିଲେ । ସଙ୍ଗଠନ ପକ୍ଷରୁ ସ୍ୱର୍ଗତ ପରିଛାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଶୋକ ଶନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ସଙ୍ଘର ସଦସ୍ୟ । ଏଥିରେ ସଙ୍ଘର ସଭାପତି ରବିନ୍ଦ୍ର କୁମାର ପଣ୍ଡା,ଆବାହକ ଅଶୋକ ପରିଡ଼ା,ବାଲିଗୁଡ଼ା ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା, ରାମଚନ୍ଦ୍ର ଦାସ,ପାଉଲ ପ୍ରଧାନଙ୍କ ସମେତ ଜିଲ୍ଲାର ବହୁ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ ।