ଭାଜପାରେ ସମ୍ବଲପୁର ଜିଲ୍ଲାକୁ ଏଥର ଗୁରୁତ୍ୱ ଦିଆଯାଇଛି : ରାଜ୍ୟ କମିଟିରେ ନବନିଯୁକ୍ତ ପଦାଧିକାରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଗଲା

0 86

ସମ୍ବଲପୁର: ଭାରତୀୟ ଜନତାପାର୍ଟିର ସ୍ଥାନୀୟଜିଲ୍ଲା କାର୍ଯ୍ୟାଳୟଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମୁହଁରେ ମାସ୍କ ସହିତ ସାମାଜିକ ଦୂରତା ରକ୍ଷାକରି ଏଠାକାର ବିଭିନ୍ନ ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଏହି ସଭାରେ ସାମିଲ ହୋଇଥିଲେ । ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରଥମେ ସମସ୍ତଙ୍କୁ ଫୁଲମାଳ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାର୍ଟିର ରାଜ୍ୟ କମିଟିରେ ଉପସଭାପତି ପଦପ୍ରାପ୍ତ ରେଙ୍ଗାଲି ବିଧାୟକ ନାଉରି ନାଏକ, ସାଧାରଣ ସମ୍ପାଦକ ପଦ ପାଇଥିବା କୁଚିଣ୍ଡା ପୂର୍ବତନ ବିଧାୟକ ରବିନାରାୟଣ ନାଏକ ସମ୍ପାଦକ ଦାୟିତ୍ୱ ପାଇଥିବା ସୀମାଞ୍ଚଳ ଖଟେଇ, ରାଜ୍ୟରେ ସ୍ଥାୟୀ ନିମନ୍ତ୍ରିତ ଅତିଥିପଦ ଅଳଙ୍କୃତ କରିଥିବା ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥାନ ପାଇଥିବା ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ପ୍ରମୁଖଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥର ଓଡିଶା ପ୍ରଦେଶ ଭାଜପା ରାଜ୍ୟ କମିଟିରେ ସମ୍ବଲପୁର ଜିଲ୍ଲାକୁ ଅଧିକ ମହତ୍ତ୍ୱ ଦିଆଯାଇଛି । ଏହି ଜିଲ୍ଲାରୁ ପ୍ରଥମଥର ପାଇଁ ରାଜ୍ୟ କମିଟିରେ ବହୁତ ବ୍ୟକ୍ତିଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ସମ୍ବଲପୁର ଜିଲ୍ଲା ଭାଜପାର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କ ଉପରେ ଅଧିକ ବିଶ୍ୱାସ ରଖି ସେମାନଙ୍କୁ ରାଜ୍ୟର ମହତ୍ୱପୂର୍ଣ୍ଣ ପଦବୀରେ ଅଳଙ୍କୃତ କରାଯାଇଥିବାରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଡା ଜଗତ ପ୍ରସାଦ ନଡ୍ଡା, କେନ୍ଦ୍ର ନେତୃବୃନ୍ଦ ଓ ରାଜ୍ୟ ସଭାପତି ସମୀର ମହାନ୍ତି ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କୁ ଅନେକ ଅନେକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି । ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଫଣି ଭୂଷଣ ମିଶ୍ର ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଶେଷରେ କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦାମୋଦର କର, ବିଷ୍ଣୁ ରକ୍ଷିତ, ସମୀର ରଞ୍ଜନ ବାବୁ, ଶମ୍ଭୁ ବରେଲିଆ, ଶୁଶାନ୍ତ କୁମାର ପୁରୋହିତ, ଗିରିଜା ସାହୁ, ଜୟନ୍ତ ସାହୁ, ସରୋଜ କୁମାର ଘଡାଇ, ଅଶ୍ୱିନୀ ମାଝୀ, ଶିବ ଦିୱାନ, ଆରତୀଲତା ବରାଡ଼, ସୁଷମା ସାହୁ, ଅରୁନ୍ଧତୀ ପାତ୍ର, ରୁନୁ ପ୍ରଧାନ, ସରୋଜିନୀ ବନଛୋର ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

three × 5 =