ପାଲଝାର କୃଷିଫାର୍ମରେ ଦୁର୍ନୀତି, ଆୟଠାରୁ ବ୍ୟୟ ଦଶଗୁଣ !

0 818

ବୌଦ୍ଧ : କୃଷି ବିଭାଗ ଅଧିନରେ ଥିବା ବଘିଆପଡା ନିକଟ ପାଲଝାର କୃଷି ଫାର୍ମରେ ବର୍ଷ ବର୍ଷ ଧରି ଚାଲିଥିବା ଦୁର୍ନୀତିର ଏବେ ଗୁମର ଖୋଲିବାରେ ଲାଗିଛି । ପ୍ରାୟ ୩୦ହେକ୍ଟର ଜମିରେ ହେଉଥିବା ଧାନଚାଷରେ ସରକାର ଯେତେ ଟଙ୍କା ଖର୍ଚ୍ଚ କରିଥାନ୍ତି ତାହା ତୁଳନାରେ ଆୟ ମାତ୍ର ୧୦ ପ୍ରତିଶତ ହେଉଥିବା ଅଭିଯୋଗ ହେଉଛି । ୨୦୧୯-୨୦ ମସିହାର ଖରିଫ ଧାନ ଚାଷରୁ ମିଳିଥିବା ଆୟ ଏବ ଚାଷ ପାଇଁ ହୋଇଥିବା ଖର୍ଚ୍ଚକୁ ଦେଖିଲେ କୃଷି ବିଭାଗରେ କିଭଳି ଦୁର୍ନୀତି ଚାଲିଛି ତାହା ସ୍ପଷ୍ଟ ହୁଏ । ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୯-୨୦ ଖରିଫ ଧାନ ଚାଷରେ ୩୦ ହେକ୍ଟର ଜମି ପାଇଁ ବିଭାଗ ଖର୍ଚ୍ଚ କରିଛି ପ୍ରାୟ ୧୬ଲକ୍ଷ ଟଙ୍କା ଶ୍ରମିକ ମଜୁରୀରେ । ବିହନ ପାଇଁ ପ୍ରାୟ ୮୦ହଜାର, ସାର ପାଇଁ ୧ଲକ୍ଷ ୩୫ହଜାର, ହଳ କରିବା ପାଇଁ ଟ୍ରାକ୍ଟର ଭଡା ବାବଦକୁ ପ୍ରାୟ ୫ଲକ୍ଷ ଟଙ୍କା, ଜଳସେଚନ ଓ ଆନୁସଙ୍ଗିକ ଖର୍ଚ୍ଚ ବାବଦରେ ୨ଲକ୍ଷରୁ ଅଧିକ ଟଙ୍କା ୩୦ ହେକ୍ଟର ଜମିରେ ଧାନ ଚାଷ ପାଇଁ ଖର୍ଚ୍ଚ କରିଛି ।
ସେହିଭଳି ଫାର୍ମ ଦାୟିତ୍ୱରେ ଥିବା ସୁପରିଟେଣ୍ଡେଣ୍ଟ, ଓଭରସିଓର, ପିଅନ, କନିଷ୍ଠ କିରାଣୀ ଓ ୩ଜଣ ସ୍ଥାୟୀ ଶ୍ରମିକ ଦରମା, ଘରଭଡା ଓ ଡି. ଆଦିକୁ ଆକଳନ କଲେ ବାର୍ଷିକ ପ୍ରାୟ ୨୦ଲକ୍ଷ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହୋଇଥାଏ । ଏଭଳି ମୋଟାମୋଟି ଖର୍ଚ୍ଚକୁ ଦେଖିଲେ ବାର୍ଷିକ ପ୍ରାୟ ୫୦ଲକ୍ଷ ଟଙ୍କା ସରକାର ଖର୍ଚ୍ଚ କରନ୍ତି, ଆଉ ଉତ୍ପାଦିତ ଧାନ ବିକ୍ରିରୁ ପ୍ରାୟ ୭ଲକ୍ଷ ଟଙ୍କା ଆୟ ଆସିଥାଏ । ଏଥିରୁ ଜଣାପଡୁଛି କୃଷି ବୈଷୟିକ ଜ୍ଞାନକୌଶଳରେ ଅଭିଜ୍ଞ ଅଧିକାରୀମାନେ କେମିତି ଚାଷ କରୁଛନ୍ତି ଯେ, ଘୋଡା ମୂଲ୍ୟଠାରୁ ଦାନାର ମୂଲ୍ୟଅଧିକ ହୋଇଯାଉଛି ।

hiranchal ad1
Leave A Reply

Your email address will not be published.

eight + 6 =