ଦଖଲରେ ଭୂମିହୀନ, ପଟ୍ଟା ମିଳୁଛି ଅନ୍ୟକୁ !

0 625

ବୌଦ୍ଧ : ହରଭଙ୍ଗା ତହସିଲର ବିଭିନ୍ନ ରାଜସ୍ୱ ସର୍କଲର ବିଭିନ୍ନ ଗ୍ରାମରେ ଥିବା ଅନାବାଦି ଜମିକୁ କିଛି ଭୂମିହୀନ ଲୋକ ଦଖଲ କରି ଚାଷବାସ କରିଆସୁଛନ୍ତି । ଯୋଗ୍ୟ ଜବରଦଖଲକାରୀଙ୍କୁ ସରକାରଙ୍କ ନିୟମ ଆଧାରରେ ପଟ୍ଟା ପ୍ରଦାନ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ତାହା କରାନଯାଇ ଅନ୍ୟ ଲୋକଙ୍କୁ ସେହି ଜମିର ପଟ୍ଟା ମିଳୁଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନା ଅନୁସାରେ ହରଭଙ୍ଗା ତହସିଲ ଅନ୍ତର୍ଗତ ବୀରନରସିଂହପୁର ରାଜସ୍ୱ ସର୍କଲର ରାମ୍ଭିକଟା ଗ୍ରାମର କିଛି ଭୂମିହୀନ ବ୍ୟକ୍ତି ବର୍ଷ ବର୍ଷ ହେଲା କିଛି ଜମିରେ ଚାଷବାସ କରି ଜୀବିକା ନିର୍ବାହ କରିଆସୁଛନ୍ତି । ଗତ ଦୁଇଦିନ ତଳେ ଗ୍ରାମର ଅଧିବାସୀ ହୋଇ ନଥିବା କିଛି ବାହାର ଗ୍ରାମର ଲୋକ ଆସି ସେମାନେ ପଟ୍ଟା ପାଇଥିବା ଜମିର ସୀମା ନିର୍ଦ୍ଧାରଣ କରିଥିଲେ । ବର୍ଷ ବର୍ଷ ଧରି ସେହି ଜମିକୁ ଦଖଲରେ ରଖିଥିବ ଭୂମିହୀନ ଗ୍ରାମବାସୀମାନେ ପ୍ରତିବାଦ କରିବା ସହ ଗ୍ରାମବାସୀମାନଙ୍କ ମନରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଅଭିଯୋଗ ଅନୁଯାୟୀ କିଛି ବର୍ଷ ମଧ୍ୟରେ ରାମ୍ଭିକଟା ମୌଜାର ଖାତା ନଂ ୧୯୪ରେ ଥିବା ଶହଶହ ଏକର ଜମିର ପଟ୍ଟା ଶତାଧିକ ବ୍ୟକ୍ତିଙ୍କୁ ହରଭଙ୍ଗା ତହସିଲଦାରମାନେ ଗରୀବ ଭୂମିହୀନ ବୋଲି ମିଥ୍ୟା ତଥ୍ୟ ଦେଖାଇ ପଟ୍ଟା ଦେଇଛନ୍ତି । ବର୍ଷ ବର୍ଷ ଧରି ଜମିକୁ ଦଖଲ କରୁଥିବା ଗରୀବ ଭୂମିହୀନ ସେଥିପାଇଁ ଏବେ ହଇରାଣରେ ପଡୁଛନ୍ତି । ଜିଲ୍ଲାପାଳ ତଥା ରାଜସ୍ୱ ବିଭାଗ ଏହାର ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

18 − one =