ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ କାର୍ଯ୍ୟକ୍ରମ

0 100

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ କାର୍ଯ୍ୟକ୍ରମ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସତ୍ୟସଂପର୍ଣ୍ଣ ରାଉତ ସଂଯୋଜନା ଓ ପରିଚାଳନା କରିଥିଲେ । ବର୍ତ୍ତମାନ ଗତ କିଛି ମାସ ହେଲାଣି ସାରା ବିଶ୍ୱରେ ଦେଖା ଦେଇଥିବା ମହାମାରୀ କୋଭିଡ-୧୯ର ଶିକାର ହୋଇଛି । ତେଣୁ ଚଳିତବର୍ଷ ୨୦୨୦ ମକଡ୍ରିଲ ପରିଚାଳନା ପ୍ରସ୍ତୁତି କାର୍ଯ୍ୟକ୍ରମ କୋଭିଡ-୧୯ର ସମସ୍ତ ଗାଇଡ ଲାଇନକୁ ଅନୁସରଣ କରି ପାଳନ କରାଯିବା ତଥା ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ବନ୍ୟା, ବାତ୍ୟା, ଭୂମିକମ୍ପ, ଅଗ୍ନିକାଣ୍ଡ, ସଡ଼କ ଦୁର୍ଘଟଣା, ଘରଭାଙ୍ଗି ଭୁଶୁଡି ପଡିବା ଏହି ପ୍ରାକୃତିକ ବିପର୍ଯ୍ୟୟ ବେଳେ କିଭଳି ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଜୀବନ ବଂଚାଇ ଧନ ସଂପତ୍ତିର କ୍ଷୟକ୍ଷତିକୁ ହ୍ରାସ କରିବା । ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଡିଆରଡିଏ ର ପ୍ରକଳ୍ପ ଅଧିକାରୀ ମହେଶ କୁମାର ଚୌଧୁରୀ, ଆଇଟିଡିଏ ପ୍ରକଳ୍ପ ଅଧିକାରୀ ସରୋଜ କୁମାର ବେହେରା, ଡିଆଇପିଆର ଓ ରବି ଚନ୍ଦ୍ର ନାୟକ,ଊଡଙ ସନ୍ତୋଷ କୁମାର ରଥ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

sixteen + 4 =