ସୋସିଆଲ ମିଡିଆରେ ଫଟୋ, ଭିଡିଓ ଭାଇରାଲ ପରେ ବାପାକୁ ପାଇଲା ପୁଅ

0 156

ବାଲିଗୁଡ଼ା:ସୋସିଆଲ ମିଡିଆ ଯୋଗୁଁ ହଜିଲା ବାପାଙ୍କୁ ୬ ମାସ ପରେ ଖୋଜି ପାଇଲେ ପୁଅ। ଏପରି ଘଟଣା ରାଇକିଆରେ ଦେଖିବାକୁ ମିଳିଛି। କିଛିମାସ ତଳେ ଜଣେ ମସ୍ତିକ ବିକୃତ ବ୍ୟକ୍ତି ବ୍ୟବହୃତ ପିପିଇ କିଟ୍ ପିନ୍ଧି ବୁଲୁଥିବାବେଳେ ଲୋକଲୋଚନକୁ ଆସିଥିଲେ। ଏହାପରେ କିଛି ସମାଜସେବୀ ତାଙ୍କୁ ନିଜ ହେପାଜତରେ ରଖିଥିଲେ। ଆଜି ତାଙ୍କୁ ତାଙ୍କ ପରିବାରର ଠିକଣା ମିଳିଛି। ଆଉ ଦୀର୍ଘଦିନ ପରେ ବାପା-ପୁଅ ମଧ୍ୟରେ ମିଳନ ହୋଇଛି। ବାପ-ପୁଅ ଭେଟ ହେବାପରେ ଦୀର୍ଘ ସମୟ ଧରି କେବଳ କାନ୍ଦିଥିଲେ।
ହଜି ଯାଇ ଥିବା ଲୋକ ହେଲେ, ତ୍ରିନାଥ ପାତ୍ର , ଗ୍ରାମ ଲକ୍ଷ୍ମୀପୁର , ନୂଆସାହି, ସୁନାରେଡୀ ବ୍ଳକ, ଗଞ୍ଚାମ , ଗତ 6-ମାସ ହେଲା ବଜାରକୁ ମାଛ କିଣିବାକୁ ଯାଇ ପ୍ରଥମ ଲକ୍ ଡାଉନ୍ ରେ ପୋଲିସ ନେଇ ଦୁଇ ଘଣ୍ଟା ଥାନା ରେ ରଖି ଛାଢି ଥିଲେ, କିନ୍ତୁ ଘରକୁ ଫେରି ଜାଣି ନଥିଲେ , ସେ ସାଇକଲ ରେ ଯାଇ ଯାଇ କଲିକତା ପଂହଁଚି ଥିଲେ , ପରେ ଯାଇ ପୁଣି ପାରାଦୀପ ଦେଇ ଓଡିଶା ଫେରିଥିଲେ ଗତ ଜୁଲାଇ 26 ତାରିଖ ଦିନ ରାଇକିଆ ଠାରେ ପି ପି କିଟ୍(PPE) ପରିଧାନ କରି ପହଞ୍ଚିଥିଲେ ରାଇକିଆ କୁ, ଏହି ସମୟରେ ଵିଭିନ୍ନ ଗଣ ମାଧ୍ୟମ ପ୍ରକାଶ ପାଇଥିଲା। ଏହି ଅବସରରେ ରାଇକିଆ ସ୍ଥିତ ସ୍ୱେଚ୍ଛାସେବୀ ସୁକାନ୍ତ ନାୟକ , ରାଇକିଆ ଗ୍ରାମ ପଞ୍ଚାୟତ ସ୍ୱେଚ୍ଛାସେବୀ ମିଟୁ ପଣ୍ଡା, ଯୁବ ସ୍ୱେଚ୍ଛାସେବୀ ରୋସନ ନାୟକ ଓ ସ୍ୱେଚ୍ଛାସେବୀ ଜର୍ଗନାତ ସାହୁ (ପିଣ୍ଡୁ ସାହୁ), ଏହି ଚାରିଜଣ ମିଶି ଏହି ତ୍ରିନାଥ ପାତ୍ର ଙ୍କର ଯତ୍ନ ନେଇ ଥିଲେ, ଏବଂ ନିଜ ନିଜ ସୋସିଆଲ ମେଡିଆ ଫେସବୁକ ରେ ଭାଇରାଲ କରିଥିଲେ, ଗତକାଲି ତାଙ୍କ ପୁଅ ସୁମନ ପାତ୍ର ଓ ନିଜ ପରିବାର ବର୍ଗ, ବନ୍ଧୁ ବାନ୍ଧବ ଫୋନ ମାଧ୍ୟମରେ ମିଟୁ ପଣ୍ଡା ଓ ରୋସନ ଙ୍କୁ ଯୋଗାଯୋଗ କରି ଆଜି ତାଙ୍କ ପୁତ୍ର ସୁମନ ପାତ୍ର ନିଜ ଘରକୁ ଫେରି ନେଇ ଯାଇ ଥିଲେ। ତ୍ରିନାଥ ପାତ୍ର ଜୟପୁରସ୍ଥିତ ପେପର ମିଲ୍ ଠାରେ ଚାକିରି କରୁଛନ୍ତି ଏହି ବର୍ଷ ଅବସର ନେବେ।

hiranchal ad1
Leave A Reply

Your email address will not be published.

nine + eighteen =