ବିଦ୍ୟାଶ୍ରୀଙ୍କ ଲାଏ-ଡିଟେକ୍ସନ କରାଗଲା

0 129

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦାସଙ୍କର ମର୍ଡର ମିଷ୍ଟ୍ରି ଘଟଣାରେ ତାଙ୍କର ପତ୍ନୀ ବିଦ୍ୟାଶ୍ରୀଙ୍କୁ ଆଜି କ୍ରାଇମବ୍ରାଞ୍ଚ ଷ୍ଟେଟ ଫରେନସିକ୍ କାର୍ଯ୍ୟାଳୟରେ ଲାଏ ଡିଟେକ୍ସନ ଟେଷ୍ଟ କରିଛି । ପ୍ରାୟ ୫ ଘଣ୍ଟା ଧରି ବିଦ୍ୟାଶ୍ରୀଙ୍କ ଏହି ଟେଷ୍ଟ କରା ଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଏ ନେଇ ତାଙ୍କୁ ଗୁଡାଇତୁଡାଇ ପ୍ରଶ୍ନ କରିଥିଲେ । ଆଦିତ୍ୟ ଦାସଙ୍କ ସହିତ ତାଙ୍କର ସଂପର୍କଠାରୁ ଆରମ୍ଭ କରି ଘଟଣାକ୍ରମ ସଂପର୍କରେ କ୍ରାଇମବ୍ରାଞ୍ଚ ପ୍ରଶ୍ନ କରିଥିଲା । ବିଦ୍ୟାଶ୍ରୀ ଲାଏ ଡିଟେକ୍ସନ ସମୟରେ ଇତସ୍ତତ ହୋଇପଡିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ପୂର୍ବରୁ ବିଦ୍ୟାଶ୍ରୀଙ୍କ ବୟାନକୁ କ୍ରାଇମବ୍ରାଞ୍ଚ ରେକର୍ଡ କରିଥିବା ଲାଏ ଡିଟେକ୍ସନ ଟେଷ୍ଟରେ ଏହାକୁ ପରୀକ୍ଷା ନିରୀକ୍ଷା କରାଯିବ ।

hiranchal ad1
Leave A Reply

Your email address will not be published.

eight − 3 =