ରାଜ୍ୟକୁ ଅଧିକ ସାର ଦେବାପାଇଁ କେନ୍ଦ୍ରକୁ ଅନୁରୋଧ କଲେ କୃଷିମନ୍ତ୍ରୀ ଡ.ସାହୁ

0 103

ଭୁବନେଶ୍ୱର : ଚଳିତ ଖରିଫ ଚାଷ ପାଇଁ ରାଜ୍ୟକୁ ଅଧିକ ୟୁରିଆ ସାରା ଯୋଗାଇ ଦେବା ପାଇଁ କୃଷି ଓ କୃଷକ ସଶକ୍ତକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ପୂର୍ବାହ୍ନରେ ମନ୍ତ୍ରୀ ଡ. ସାହୁ କେନ୍ଦ୍ର ସାରା ମନ୍ତ୍ରୀ ମନୋଜ ସୁଖ ଭାଇ ମାଣ୍ଡଭିଅଙ୍କୁ ଭିଡିଓ କନଫରେନ୍ସିଂ ଯୋଗେ ରାଜ୍ୟର ସାର ଯୋଗାଣ ସ୍ଥିତି ଉପରେ ସୂଚନା ଦେଇଥିଲେ । ମନ୍ତ୍ରୀ ଡ. ସାହୁ କହିଥିଲେ ଅଗଷ୍ଟ ମାସରେ ବାକି ୟୁରିଆ ସାର ରାଜ୍ୟକୁ ତୁରନ୍ତ ଯୋଗାଇ ଦିଆଯାଉ । ଜୁଲାଇଠାରୁ ସେପ୍ଟେମ୍ବର ଶେଷ ଯାଏଁ ସାରର ଚାହିଦା ରହିଥାଏ । ଖରିଫ ଚାଷର ୬୦ ପ୍ରତିଶତ ୟୁରିଆ ଏହି ସମୟରେ ବ୍ୟବହାର ହୋଇଥାଏ । ଦେଶର ପୂର୍ବାଞ୍ଚଳରେ କୌଣସି ୟୁରିଆ ଉତ୍ପାଦନ କାରଖାନା ନ ଥିବାରୁ ଓଡିଶାକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିଥାଏ । ଚଳିତ ବର୍ଷ ଜୁନ ମାସରେ ରାଜ୍ୟର ୟୁରିଆ ସାର ଚାହିଦା ୭୦ ହଜାର ମେଟ୍ରିକ ଟନ୍ ଥିବା ବେଳେ ୫୬୨୨୮ ମେଟ୍ରିକ୍ ଟନ୍ ସାର ଯୋଗାଣ ହୋଇଥିଲା । ଯାହା ଚାହିଦା ଠାରୁ ୧୩୭୭୨ ମେଟ୍ରିକ୍ ଟନ୍ କମ୍ । ସେହିପରି ଜୁଲାଇ ମାସରେ ୧୯୬୧୯ ମେଟ୍ରିକ୍ ଟନ୍ କମ୍ ସାର ଓଡିଶାକୁ ଯୋଗାଇ ଦିଆଯାଇଛି । ଅଗଷ୍ଟ ମାସରେ ୧୭ ତାରିଖ ସୁଦ୍ଧା ୩୪୧୫୦ ମେଟ୍ରିକ୍ ଟନ୍ ସାର ଯୋଗାଣ ହୋଇଛି । ଜୁନ୍‌-ଜୁଲାଇ ମାସର ନିଅଣ୍ଟିଆ ସାର ଓ ଅଗଷ୍ଟ ମାସର ବାକି ସାରକୁ ମିଶାଇ ମୋଟ ୧ଲକ୍ଷ ୩ହଜାର ମେଟ୍ରିକ୍ ଟନ୍ ୟୁରିଆ ସାରର ଆବଶ୍ୟକତା ଅଛି । ରାଜ୍ୟରେ ଖରିଫ ଚାଷ ସମୟରେ ମୁଖ୍ୟତଃ ଧାନ ଚାଷ ହେଉଥିବାରୁ ଏହି ଚାଷର ଆବଶ୍ୟକତା ଜରୁରୀ ଥିବା ମନ୍ତ୍ରୀ ଡ. ସାହୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five + eighteen =