ନିଶାନ ସହାୟତାରେ ଅନାଥ ଶିଶୁଙ୍କୁ ରାସନ ସାମଗ୍ରୀ ବଣ୍ଟନ

0 56

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଜିଲ୍ଲାରେ ଥିବା ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନମାନଙ୍କର ଅନାଥ ଶିଶୁମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି । ଗଜପତି ଜିଲ୍ଲାରେ ୭ଗୋଟି ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ କାମ କରୁଛି । ସେମାନଙ୍କ ମଧ୍ୟରୁ କେବଳ ଦୁଇ ଗୋଟି ଅନୁଷ୍ଠାନକୁ ସରକାରଙ୍କ ସହାୟତା ଅନୁଦାନ ମିଳେ । ଅନ୍ୟ ୫ ଗୋଟି ଅନୁଷ୍ଠାନ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ମାନଙ୍କଠାରୁ ଦାନ ଗ୍ରହଣ କରି ପିଲାମାନଙ୍କର ଯତ୍ନ ଏବଂ ସୁରକ୍ଷାକୁ ସୁନିଶ୍ଚିତ କରନ୍ତି । ଏହି ଭଳି ଦୁଇଟି ଅନୁଷ୍ଠାନ ଯଥା ବିବେକାନନ୍ଦ ରେସିଡେନସିଆଲ ସ୍କୁଲ ଏସ.ଉରୁଡ଼ା ଗୋଶାଣି ଏବଂ ପ୍ରାଉଡ଼ ବି.ସୀତାପୁର ଗୋଶାଣି ଅନାଥ ଶିଶୁ ପ୍ରାୟ ୫୦ ଜଣଙ୍କୁ ଏକ ମାସର ରାସନ ସାମଗ୍ରୀ ଜିଲ୍ଲାପାଳ ବଣ୍ଟନ କରିଛନ୍ତି ।ଏହି ରାସନ ସାମଗ୍ରୀ ଗଜପତି ଜିଲ୍ଲାର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଶାନ ଗୁମ୍ମା ଦ୍ୱାରା ଯୋଗାଇ ଦିଆଯାଇ ଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ନିଶାନର ସମ୍ପାଦିକା ଶ୍ରୀମତି ସଞ୍ଜୁ ପ୍ରଭା ପାଣି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

17 + seventeen =