ଶୁଣିଲାନି ପ୍ରଶାସନ, ଜମିରୁ ଜବରଦଖଲ ଉଚ୍ଛେଦ କଲା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

0 303

ବାଲିଗୁଡ଼ା: ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଯୋହନପଲ୍ଲୀ ସ୍ଥିତ ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ଜମିରେ ଗୃହ କାମ ନିର୍ମାଣ ବେଳେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଜଣେ ବ୍ୟକ୍ତି ଉକ୍ତ ଜମିରେ ଗୃହ ନିର୍ମାଣ କରୁଥିବା ବେଳେ ଉକ୍ତ ଜମି ସେମାନଙ୍କର ବୋଲି କହି ମାତୃଶକ୍ତି ନାମକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଆଜି ଉକ୍ତ ଜମିରୁ ଜବରଦଖଲ ହଟାଇଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉକ୍ତ ଜମିରେ ରହିଆସୁଥିବା ସନ୍ନ୍ୟାସୀ ଦିଗାଲଙ୍କ ପାଇଖାନା ଘର ସମେତ ସେମାନେ ରହୁଥିବା ଘର ଭାଙ୍ଗିଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି । ମାତୃଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟଙ୍କ କହିବା ପ୍ରକାରେ ସେମାନେ ଗତ ୩୦ବର୍ଷ ହେଲା ଉକ୍ତ ଜମିରେ ଏକ ଝାଟିମାଟି ଘର କରି ସେଠାରେ ଖଲିପତ୍ର ପ୍ରସ୍ତୁତ ସହ ସିଲେଇ ମେଶିନ ପକାଇ ରୋଜଗାର କରି ଚଳୁଥିଲେ । ତେବେ ନୂଆଗାଁ ଥାନା ଅଞ୍ଚଳର ସନ୍ନ୍ୟାସୀ ଦିଗାଲ ଗତ କିଛି ବର୍ଷ ତଳେ ସିମନବାଡ଼ିରେ ଥିବା ଏକ ଘରୋଇ ହଷ୍ଟେଲରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ । ସେହି ସମୟରେ କୁଆଡେ ସନ୍ନ୍ୟାସୀ ମାତୃଶକ୍ତି ସଂଘର ଘରେ ଆଶ୍ରୟ ପାଇଁ ନିବେଦନ କରିଥିଲେ ଏବଂ ତାଙ୍କୁ ସଂଘ ଆଶ୍ରୟ ଦେଇଥିଲା । ସନ୍ନ୍ୟାସୀ ତାଙ୍କର ନିଜସ୍ୱ ଘର ନିର୍ମାଣ ପରେ ସେ ଉକ୍ତ ଜମିକୁ ଛାଡ଼ିଦେବେ ବୋଲି ଗତ ୨୦୧୨ରେ ଏନେଇ ଉଭୟ ପକ୍ଷ ମଧ୍ୟରେ ଏକ ଚୁକ୍ତିନାମା କରାଯାଇଥିଲା । ସନ୍ନ୍ୟାସୀ ସେଠାରେ ରହି ଆସୁଥିବା ବେଳେ ସଂଘ ଉକ୍ତ ଜମି ଛାଡ଼ିବାକୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସନ୍ନ୍ୟାସୀଙ୍କୁ ବାରମ୍ବାର କହିବା ସତ୍ତେ୍ୱ ସନ୍ନ୍ୟାସୀ କାହା କଥା ନଶୁଣି ପରବର୍ତ୍ତୀ ସମୟରେ ବର୍ତ୍ତମାନ ଉକ୍ତ ଜମିରେ ପକ୍କା ଘର ନିର୍ମାଣ କରୁଥିଲେ । ଏହାକୁ ସଂଘ ପକ୍ଷରୁ ବିରୋଧ କରାଯିବା ସହ ସ୍ଥାନୀୟ ତହସିଲ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଥାନା, ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଗୁହାରି ଶୁଣି ନ ଥିବା ସଂଘ ଅଭିଯୋଗ କରିଛି । ଫଳରେ ସଂଘର ମହିଳା କିଛି ସମର୍ଥକଙ୍କୁ ନେଇ ଗୁରବାର ଦିନ ଜବରଦଖଲ ଉଚ୍ଛେଦ କରିଥିଲେ । ଉଚ୍ଛେଦ ଯୋଗୁଁ ବର୍ତ୍ତମାନ ସନ୍ନ୍ୟାସୀଙ୍କ ପରିବାର ଲୋକେ ଖୋଲା ଆକାଶ ତଳେ ରହିଛନ୍ତି । ଏନେଇ ସନ୍ନ୍ୟାସୀ ଙ୍କ ପତ୍ନୀ ଶାନ୍ତିଲତା କହିଛନ୍ତି କି ଯେ ସେମାନେ ସରକାରୀ ଜମିରେ ଦୀର୍ଘ ବର୍ଷ ହେବ ରହୁଛନ୍ତି । ପ୍ରଶାସନ ଏହାର ତଦନ୍ତ କରି ଉଚ୍ଛେଦ କରିବା କଥା କିନ୍ତୁ ଜାଣି ଶୁଣି ତାଙ୍କୁ କିଛି ଲୋକ ଆମକୁ ଈର୍ଷା ପରାୟଣ ହୋଇ ଏଭଳି ହଇରାଣ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଖବର ପାଇ ଦାରିଙ୍ଗବାଡ଼ି ପୋଲିସ ଏବଂ ତହସିଲଦାର ଅଶୋକ ଦାସ ପହଞ୍ଚି ତଦନ୍ତ କରୁଛନ୍ତି । ତେବେ ପ୍ରକୃତରେ ଉକ୍ତ ଜମି କାହାର ତାହାର ତଦନ୍ତ କରି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାନେଇ ସାଧାରଣରେ ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

17 − sixteen =