ସମ୍ବଲପୁରରୁ କାନପୁର ଯିବ ଶ୍ରମିକ ସ୍ପେଶାଲ ଟ୍ରେନ : ବିଭିନ୍ନ ସ୍ଥାନରେ ୧୫୦୦ ପ୍ରବାସୀ ଶ୍ରମିକ ଚିହ୍ନଟ ଓ ତାଲିକା ପ୍ରସ୍ତୁତ

0 123

ସମ୍ବଲପୁର :ପ୍ରଥମ ଥର ପାଇଁ ସମ୍ବଲପୁରରୁ କାନପୁର ଅଭିମୁଖେ ପନ୍ଦର ଶହ ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ଘୋଷଣା କରାଯାଇଛି । ଏହି ଟ୍ରେନ ଆଗାମୀ କାଲି ବୁଧବାର ୨୦ତାରିଖ ଅପରାହ୍ନ ୪ଟା ସମୟରେ ଏହି ଟ୍ରେନ ସମ୍ବଲପୁର ଷ୍ଟେସନରୁ ଛାଡିବ ଓ ଏଥିପାଇଁ ବିଭିନ୍ନ ସ୍ଥାନରୁ ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ ପ୍ରକ୍ରିୟା ସରି ଯାଇଛି । ସେମାନଙ୍କୁ ନିଆଅଣା ପାଇଁ ପ୍ରଶାସନ ପକ୍ଷରୁ ୫୦ଟି ବସ ଚିହ୍ନଟ ହୋଇଛି । ବସ ଦ୍ବାରା ଏଠାକୁ ଆଣି ସେମାନଙ୍କୁ ଆଜି ବୁର୍ଲା ସ୍ଥିତ ଭିସୁଟ ବିଶ୍ବବିଦ୍ୟାଳୟ ର ପୁଲହ ଛାତ୍ରାବାସରେ ସଞ୍ଚାଳିତ କ୍ଵାରେଣ୍ଟାଇନ କେନ୍ଦ୍ରରେ ପ୍ରଥମେ ରଖାଯିବ । ସେଠାରୁ ସେମାନଙ୍କୁ ପର୍ଯ୍ୟାୟ କ୍ରମେ ବସ ଯୋଗେ ରେଲ ଷ୍ଟେସନ କୁ ପୁଣି ଅଣାଯାଇ ସେମାନଙ୍କ ପାଇଁ ଚିହ୍ନିତ ସିଟରେ ବସାଯିବ । ସମ୍ବଲପୁର ଷ୍ଟେସନ ଟି ନଗର ମଧ୍ୟରେ ଥିବାରୁ ସେମାନଙ୍କ ନେବାଆଣିବା ପ୍ରକ୍ରିୟାରେ ସ°କ୍ରମଣ ଆଶଙ୍କା କରି ଏହାର ବିରୋଧ କରାଯାଇଛି ଓ ଏଥିପାଇଁ ନିକଟସ୍ଥ ହୀରାକୁଦ କିମ୍ବା ସିଟି ଷ୍ଟେସନ କୁ ବ୍ୟବହାର କରିବା ପାଇଁ ଦାବି କରା ଯାଇଛି । ଜିଲ୍ଲା ପ୍ରଶାସନ ଓ ରେଲଓ୍ବେ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଗତକାଲି ସମ୍ବଲପୁର ରେଲ ଷ୍ଟେସନ ଠାରେ ସ୍ଥିତି ର ସମୀକ୍ଷା କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × three =