ସାମ୍ବାଦିକଙ୍କ ପିତୃ ବିୟୋଗ

0 368

ଦାରିଙ୍ଗବାଡ଼ି,୬/୯: ଦାରିଙ୍ଗବାଡ଼ି ବ୍ଲକର ଏକ ଦୈନିକ ଖବର କାଗଜର ସାମ୍ବାଦିକ ଅରୁଣ କୁମାର ସାହୁ ଙ୍କ ପିତା ପ୍ରଫୁଲ କୁମାର ସାହୁ(୮୨)ଙ୍କର ରବିବାର ଦିନ ସକାଳ ସମୟରେ ତାଙ୍କ ବାସଭବନ ସିମନବାଡ଼ି ଠାରେ ପରଲୋକ ହୋଇଛି । ତାଙ୍କ ବିୟୋଗରେ ଦାରିଙ୍ଗବାଡ଼ି ଅଂଚଳର ବହୁ ଲୋକ ଶୋକ ପ୍ରକାଶ କରିଛନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ଦେବଜାନି ସାହୁ, ସାନ ପୁଅ ଅରୁଣ କୁମାର ସାହୁ,ସାନବୋହୁ ବୈଜୟନ୍ତି, ବଡ଼ ପୁଅ ଅଶୋକ ସାହୁ,ବଡ଼ବୋହୁ ସୁଦେଷ୍ଟା ସମେତ ତିନି ଝିଅ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ଗ୍ରାମବାସୀ ଙ୍କ ସମେତ ବହୁ ବିଶିଷ୍ଟ ଲୋକ ତାଙ୍କ ଶେଷ ଦର୍ଶନ କରିଥିଲେ । ସିମନବାଡ଼ି ଗାଁ ସ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

hiranchal ad1
Leave A Reply

Your email address will not be published.

7 − two =