ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

0 5,904

hiring

ବୌଦ୍ଧ /ଜନ୍ହାପଙ୍କ,୬/୯- ବୋୖଦ୍ଧ ବ୍ଲକ୍ ପଦ୍ମନପୁର ଗ୍ରାମର ବାସିନ୍ଦା ତଥା ବରଗଡ ଜିଲ୍ଲାରେ କର୍ତବ୍ୟରତ ପୋଲିସ ଏ.ଏସ.ଆଇ. ମନୋଜ କୁମାର ହୋତା କରୋନାରେ ପ୍ରାଣ ହରାଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତ ଅଗଷ୍ଟ 19 ତାରିଖରେ ମନୋଜ ଶାରିରୀକ ଅସୁସ୍ଥତା ଅନୁଭବ କରିବାରୁ ବରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିଲେ l ତାଙ୍କ କୋଭିଡ୍ ପରିକ୍ଷା କରାଯିବା ପରେ ପଜିଟିଭ ବାହାରିଥିଲା ଓ ତାଙ୍କୁ ବରଗଡ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ତାଂକର ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ଅଗଷ୍ଟ 25 ତାରିଖରେ କଟକସ୍ଥିତ ସଦଗୁରୁ କୋଭିଡ୍ ଡାକ୍ତରଖାନାକୁ ନିଆଯାଇଥିଲା l ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ସେପ୍ଟେମ୍ବର 4 ତାରିଖର ସକାଳ 9 ଘଣ୍ଟା ସମୟରେ ସେ ମୃତ୍ୟୁବରଣ କରିଥିବା ଜଣାପଡିଛି l
ପଦ୍ମନପୁର ଗ୍ରାମର ସ୍ବର୍ଗତ ଗୋପାଳ ହୋତାଙ୍କ ତୃତୀୟ ପୁତ୍ର ମନୋଜ 1992 ମସିହାରେ ଅବିଭକ୍ତ ବୌଦ୍ଧ ଫୁଲବାଣୀ ଜିଲ୍ଲା ପୋଲିସ୍ ରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ l ସେ ବିଭିନ୍ନ ସମୟରେ ବଉଦ ଥାନା ସମେତ ଶଗଡା ଓ ଆଡେନିଗଡ ଫାଣ୍ଡି ଅଧିନରେ କାର୍ଯ୍ୟ କରିଥିଲେ | ଏ.ଏସ.ଆଇ. ପଦବୀକୁ ପଦୋନ୍ନତି ହେବା ପରେ ବରଗଡ ଜିଲ୍ଲାକୁ ତାଂକର ବଦଳି ହୋଇଥିଲା ଓ ବରଗଡ ସଦର ଥାନା, ଅତାବିରା ଓ ବରପାଲି ଥାନା ଅଧିନରେ ଜଣେ ଦାୟିତ୍ବବାନ ପୋଲିସ ଅଧିକାରୀ ଭାବେ ନିଷ୍ଠାର ସହ କାର୍ଯ୍ୟ କରିଥିଲେ | ଶେଷ ସମୟରେ ବରପାଲି କୋର୍ଟରେ କୋର୍ଟ ଏ.ଏସ. ଆଇ. ଭାବରେ କାର୍ଯ୍ୟରତ ଥିଲେ l ତାଂକର ବିୟୋଗରେ ସମସ୍ତ ସହକର୍ମୀ, ପରିଚିତ ଆତ୍ମୀୟ ସ୍ଥାନୀୟ ଜନସାଧାରଣ ଗଭୀର ଶୋକ ପ୍ରକାଶ କରିଛନ୍ତି |

hiranchal ad1
Leave A Reply

Your email address will not be published.

ten + 20 =