ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର କୋଭିଡ ଡାକ୍ତରଖାନା ପରିଦର୍ଶନ

0 144


ଭାଜପା ପକ୍ଷରୁ ଅବ୍ୟବସ୍ଥା ଓ ଚିକିତ୍ସା ଅବହେଳା ଅଭିଯୋଗ ରଖାଗଲା
ସମ୍ବଲପୁର,୫/୯- ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ସମ୍ବଲପୁର କୋଭିଡ ହସ୍ପିଟାଲ ପରିଦର୍ଶନ କଲେ । ତାଙ୍କ ସହିତ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ସେ ଏକ ସମୀକ୍ଷା ବୈଠକରେ ବସ୍ତୁସ୍ଥିତି ପଚାରି ବୁଝିଥିଲେ । ମୁଖ୍ୟ ଶାସନ ସଚିବ ଙ୍କ ଏଠାରେ ଉପସ୍ଥିତି ର ସୁଯୋଗ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ତାଙ୍କୁ ଏଠାକାର ବିଭିନ୍ନ ଅସୁବିଧା ବିଷୟରେ ଅବଗତ କରାଯାଇଥିଲା । ଏବିଷୟରେ ଭାଜପା ପକ୍ଷରୁ ତାଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି ।ଏଥିରେ କୁହାଯାଇଛି ଯେ ବହୁ ବାଦ ବିବାଦ ଓ ବିରୋଧ ସତ୍ତ୍ୱେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ବନ୍ଦକରି ସେଠାରେ କୋଭିଡ ଡାକ୍ତରଖାନା ପ୍ରତିଷ୍ଠା କରାଗଲା । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଏହି ଭୁଲ ନିଷ୍ପତ୍ତି ପରେ ଜିଲ୍ଲାର ଅଣକୋଭିଡ ରୋଗୀ ଙ୍କ ଦୁଃଖ କଷ୍ଟ ଓ ଯନ୍ତ୍ରଣା ବଢିଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭାଗ ଭାଗ କରି ବିଭିନ୍ନ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ରୋଗୀ ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଗଲା । ଜିଲ୍ଲାବାସୀ କୋଭିଡ ଚିକିତ୍ସାର ଗୁରୁତ୍ୱକୁ ବୁଝି ପରିସ୍ଥିତି ସହିତ ଖାପ ଖୁଏଇବାକୁ ଚେଷ୍ଟା କଲେ । ଯେଉଁଥି ପାଇଁ ଜିଲ୍ଲାବାସୀ ଦୁଃଖ ଭୋଗିଲେ ସେଇ କୋଭିଡ ଡାକ୍ତରଖାନା ବର୍ତ୍ତମାନ ଅବସ୍ଥା ଓ ବ୍ୟବସ୍ଥା ବିଭାଗୀୟ କତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଓ ଦୁର୍ନୀତି ଯୋଗୁଁ ନର୍କକୁଣ୍ଡ ସାଜିଛି । ଦୈନନ୍ଦିନ ଆସିଲା ନୂଆଁ ନୂଆ ସମସ୍ୟାର ଚିତ୍ର ଓ ବଢ଼ିଲା ଅଭିଯୋଗର ଫର୍ଦ୍ଦ ଓ ଲମ୍ବିଲା ମୃତକ ଙ୍କ ତାଲିକା । ଜିଲ୍ଲାପାଳ ଓ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କୁ ଏକାଧିକବାର ଭେଟି ବିଷୟ ଅବଗତ କରାଇବା ଓ ସେଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବୀ କଲା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଭାଜପା କିନ୍ତୁ ନିଜର ଚିରାଚରିତ ଢଙ୍ଗରେ ଲୋକଙ୍କ ସମସ୍ୟା ପାଇଁ ଲଢେଇ ଜାରି ରଖିଛି । ଏହି ମର୍ମରେ ଆଜି ସମ୍ବଲପୁର ଭାଜପା ଭେଟିଛି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଙ୍କୁ । ଶ୍ରୀ ତ୍ରିପାଠୀ ଙ୍କ ସମ୍ବଲପୁର ଗସ୍ତ ଖବର ପାଇ ଜିଲ୍ଲା ସଭାପତି ଗିରିଶ ପଟେଲ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପହଞ୍ଚି ଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ କୋଭିଡ ଡାକ୍ତରଖାନାରେ । ସେଠାରେ ପହଞ୍ଚିଲା ପରେ ତାଙ୍କୁ ସାକ୍ଷାତ କରି ସମସ୍ତ ସମସ୍ୟା ବିଷୟରେ ଅବଗତ କରେଇ ସେଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଏବିଷୟରେ ଆଲୋଚନା ପରେ ଆବଶ୍ୟକ ମୁତାବକ ଚିକିତ୍ସକ, ନର୍ସ, ଆଟେଣ୍ଡେଣ୍ଟ ଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀତ୍ରିପାଠୀ ପ୍ରତିନିଧିଙ୍କୁ ପ୍ରତିଶୃତି ଦେଇଥିଲେ । ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଅନିଲ ବେହେରା, ଫଣି ଭୂଷଣ ମିଶ୍ର, ସରୋଜ କୁମାର ଘଡାଇ, ପ୍ରଦୀପ ବେହେରା, ରୂପେଶ କୁଅଁର, ଦୟାନିଧି ବେହେରା, ସୌମିତ୍ର ଜତି, ଦିଲୀପ ଶର୍ମା, ଅନିଲ ସୁନା, କୃଷ୍ଣ ସୁନା, ପିଣ୍ଟୁ ଓରାମ, ଉଲ୍ଲାସ ବାରିକ, ଆଲୋକ ନାଏକ, ଅନିଲ ଶାହା ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

19 + eighteen =