ହତାଶ ହେଲେ ବିଧାୟକ ସାଲୁଗା, ଧର୍ମ ଗୁଳାରେ ବିଜୟୀ ହୋଇ ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇନେଲା କଂଗ୍ରେସ

0 139

ଦାରିଙ୍ଗବାଡ଼ି: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା ଧର୍ମର ହେଲା ଜୟ । ସାରା ରାଜ୍ୟରେ ରହିଆସିଥିବା ଦାରିଙ୍ଗବାଡି ଉପନିର୍ବାଚନରେ ବିଜେଡି ସମର୍ଥିତ ଦଳ କୁ ମାତ୍ ଦେଇ କଂଗ୍ରେସ ସମର୍ଥିତ ଦଳ ବିଜୟ ହାସଲ କରିଲା । ଶାସକ ବିଜେଡି ଦଳର ବିଧାୟକ ସାଲୁଗା ପ୍ରଧାନ ନିଜ ଅକ୍ତିଅ।।ରରେ ରଖିବାକୁ ଚାହୁଁଥିବା ଅଧକ୍ଷ ପଦ ହାତ ରୁ ଖସିଯାଇଥିବା ବେଳେ କଂଗ୍ରେସ ଦଳ ଏହାର ଫାଇଦା ଉଠାଇଥିଲା । ଏହି ନିର୍ବାଚନ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ଆୟୋଜନ ହୋଇଥିବା ବେଳେ ନିର୍ବାଚନ ଅଧିକାରୀ ଭାବେ ବାଲିଗୁଡା ବିଡିଓ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ । ନିର୍ବାଚନରେ ବିଜେଡି ସମର୍ଥିତ ଦଳତରଫରୁ ପ୍ରାର୍ଥୀ ଭାବେ ବାଡାବାଙ୍ଗା ସମିତିସଭ୍ୟା ନମିତା ପ୍ରଧାନ । ନାମାଙ୍କନ ଭରିଥିବା ବେଳେ କଂଗ୍ରେସ ସମର୍ଥିତ ଦଳର ପ୍ରାର୍ଥୀ ଭାବେ ତାଜୁଙ୍ଗିଆ ସମିତିସଭ୍ୟା ରୁଦା ମଲିକ ନାମାଙ୍କନ ଭରିଥିଲେ । ନିର୍ବାଚନ ନୋମିନେସନ ଠାରୁ ଆରମ୍ଭ କରି ଯାଂଚ ପ୍ରକ୍ରିୟା ଓ ଭୋଟ ସକାଳ ୧୧ ଟା ଠାରୁ ଆରମ୍ବ ହୋଇ ୨ ଟାରେ ସମ୍ପୂର୍ଣ୍ଣ ହୋଇଥିଲା । ଉପନିର୍ବାଚନରେ ୨୪ ଜଣ ସମିତିସଭ୍ୟ/ସଭ୍ୟା ଭାଗ ନେଇଥିବା ବେଳେ ଉଭୟ ଦଳର ପାର୍ଥି ୧୨ ଖଣ୍ଡ ଲେଖାଏଁ ଭୋଟ ପାଇ ଡ୍ର ହୋଇଥିଲା । ଏହାପରେ ଓଡିଶା ପଂଚାୟତ ସମିତି ଆଇନ ୪୪ ର ସବ-ରୁଲ ୨ ଅନୁଯାୟୀ ଧର୍ମଗୁଳା ପକାଯାଇଥିଲା । ଏହି ଧର୍ମ ଗୁଳାରେ କଂଗ୍ରସ ସମର୍ଥିତ ପାର୍ଥି ରୁଦା ମଲିକ ବିଜୟ ହାସଲ କରିଥିବା ବେଳେ ବିଜେଡି ସମର୍ଥିତ ପାର୍ଥି ନମିତା ପ୍ରଧାନ ହାରିଯାଇଥିଲେ । ଏହି ବିଜୟରେ ଦାରିଙ୍ଗବାଡି ଅଂଚଳବାସୀ ବେଶ ଖୁସିଥିବା ବେଳେ ଅଧର୍ମର କ୍ଷୟ ହୋଇ ଧର୍ମର ବିଜୟ ହୋଇଥିବା ବିଜୟୀନି ରୁଦା ମଲିକ ମତପ୍ରକାସ କରିଛନ୍ତି । ଅନ୍ୟ ପକ୍ଷରେ ୨୦୧୯ ସାଧାରଣ ନିର୍ବାଚନରେ ସାଲୁଗା ପ୍ରଧାନ ଜି.ଉଦୟଗିରି ନିର୍ବାଚନ ମଣ୍ଡଳିରେ ବିଧାୟକ ଭାବେ ବିଜୟ ହାସଲ ପରେ ଏକ ସାଧାରଣ ସଭାରେ ବିବାଦିୟ ମନ୍ତବ୍ୟ ଦେଇଥିଲେ । ଯାହାରୀ ଫଳରେ ନିଜ ଦଳର କିଛି ସମିତିସଭ୍ୟ ଏଭଳି ମନ୍ତବ୍ୟକୁ ସହ୍ୟ ନକରି ବିଜେଡି ଦଳ କୁ ଛାଡି କଂଗ୍ରେସ ସମର୍ଥିତ ଦଳକୁ ସମର୍ଥନ କରି କଂକ୍ରେସ କୁ ବିଜୟ ମୁକୁଟ ପିନ୍ଧାଇଥିବା ସାଧାରଣରେ ଏବେ ଚର୍ଚ୍ଚା ଯୋର ଧରିଛି । ରୁଦା ମଲିକ ଙ୍କୁ ବ୍ଲକ ଉପାଧକ୍ଷା ରମାକାନ୍ତ ବଳିଆରସିଂ,ଅମିରଚାନ୍ଦ ନାୟକ,କଂଗ୍ରେସର ବରିଷ୍ଟ ନେତା ମନୋଜ ଆଚାର୍ଯ୍ୟ ସମେତ ବହୁ ନେତା ପୁସ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଦନା କରିଥିଲେ । ଉପନିର୍ବାଚନ କୁ ଶାନ୍ତିଶୃଙ୍ଖଳାରେ ପରିଚାଳନା ନିମନ୍ତେ ଦାରିଙ୍ଗବାଡି ତହସିଲଦାର ନିତିଶ ତ୍ରିପାଠୀ ମାଜଷ୍ଟ୍ରେଟ ଦାଇତ୍ୱରେ ରହିଥିବା ବେଳେ ଦାରିଙ୍ଗବାଡି ଥାନା ଅଧିକାରୀ କୈାଶିକ ମାଝୀ ଙ୍କ ନେତୃତ୍ୱ କ୍ରମେ ଏସ୍ଆଇ ସୈାମ୍ୟରଂଜନ ଜେନା,ଏଏସ୍ଆଇ ଦିଗାମ୍ବର ମଲ୍ଲିକ ପ୍ରମୁଖ ଶାନ୍ତିଶୃଙ୍ଖଳା ଦାଇତ୍ୱରେ ରହିଥିଲେ ।

hiranchal ad1
Leave A Reply

Your email address will not be published.

two × 2 =