ଜନ୍ହାପଙ୍କ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବୀ

0 725

ବୌଦ୍ଧ /ଜନ୍ହାପଙ୍କ – ୨୫/୦୯:- ବୌଦ୍ଧ ଜିଲ୍ଲା ସଦର ବ୍ଲକ ଜନ୍ହାପଙ୍କ ଡାକ୍ତର ଖାନା ରେ ବର୍ତ୍ତମାନ ଜଣେ ଆୟୁଷ ଡାକ୍ତର ଓ ଜଣେ ଅସ୍ଥାୟୀ ଡାକ୍ତର ରେ ରୋଗୀ ସେବା ଚାଲି ଥିଲା କିନ୍ତୁ ଜିଲ୍ଲା ରେ ଡାକ୍ତର ଅଭାବ ଥିବାରୁ ଆୟୁଷ ଡାକ୍ତର ଙ୍କୁ କୋଭିଡି ଡିଉଟି ଦେଇଥିବା ବେଳେ ଅସ୍ଥାୟୀ ଡାକ୍ତର ଙ୍କୁ ଅନ୍ୟତ୍ର ବଦଳି କରାଯାଇଛି l ଜଣେ ସୁଇପରରେ ଚାଲି ଥିଲା ଡାକ୍ତର ଖାନା କିନ୍ତୁ ତାଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରିଦିଅl ଯାଇଥିବାର ଅଭିଯୋଗ ଆଣିଛନ୍ତି ଆଂଚଳର ଆଠ ଗୋଟି ଗ୍ରାମପଂଚାୟତ ସରପଞ୍ଚ, ସମିତିସଭ୍ୟ ଓ ଜନସାଧାରଣ l ଆଜି ଅପରାହ୍ନ ରେ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କୁ ଶତାଧିକ ସ୍ଵାକ୍ଷର କାରୀ ଙ୍କ ମଧ୍ୟରେ ଛଅ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଧନେଶ୍ୱର ଅମାତ, ବୌଦ୍ଧ ବ୍ଲକ ଉପଧକ୍ଷ ମନୋରଞ୍ଜନ ପୁରୋହିତ, ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ଲକ୍ଷ୍ମୀପ୍ରସାଦ ସରପଞ୍ଚ ରାଜେନ୍ଦ୍ର ମେହେର, ପଦମନପୁର ସରପଞ୍ଚ ପ୍ରତାପ ପରିଡା, ସମିତିସଭ୍ୟ ଶୁଶିଲ ଦୀପ, ତେଲିବନ୍ଧ ସରପଞ୍ଚ ନଳିନୀ ପଲିଆ, ତାଳସରଡ଼ା ସରପଞ୍ଚ କାଞ୍ଚନ ମହାକୁଡ଼, ମୁଣ୍ଡିପଦର ସରପଞ୍ଚ ପ୍ରମିଳା ଦୀପ, ଖୁଣ୍ଟବନ୍ଧ ସମିତିସଭ୍ୟ ଯୁଧିଷ୍ଠିର ବାରିକ, ଶମ୍ଭୁ ଗିରି ପ୍ରମୁଖ ଙ୍କ ପ୍ରତିନିଧି ମଣ୍ଡଳୀ ନେତୃତ୍ୱ ନେଇଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀଙ୍କ ପ୍ରତିକ୍ରିୟା ନେବାରେ ଯଦି ସରକାର ଜିଲ୍ଲାକୁ ଡାକ୍ତର ନିଯୁକ୍ତି ନକଲେ ମୁଁ କିଛି କରିପାରିବି ନାହିଁ କହିଥିଲେ l ଯଦି ତୁରନ୍ତ ଜହ୍ନlପଙ୍କ ଡାକ୍ତର ଖାନାର ଅଚଳାବସ୍ଥା କୁ ସବୁଦିନ ପାଇଁ ଦୂର କରାନଯାଏ ତେବେ ଅଂଚଳବାସୀ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି l

hiranchal ad1
Leave A Reply

Your email address will not be published.

five × five =