ଶିକ୍ଷାବିତ ବାଳକୃଷ୍ଣ ତ୍ରିପାଠୀଙ୍କ ପରଲୋକ

0 2,300

hiring

ବୌଦ୍ଧ /ବlଉଁଶୁଣୀ,୨୭/୮- ବୌଦ୍ଧ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ତଥା ବlଉଁଶୁଣି ଅଂଚଳର ପ୍ରିୟ ଶିକ୍ଷକ ଓ ଶିକ୍ଷା ସଂଗଠକ ବାଳକୃଷ୍ଣ ତ୍ରିପାଠୀଙ୍କ ଆଜି ଅପରାନ୍ହ 1 ଘଣ୍ଟା ସମୟରେ ପରଲୋକ ହୋଇ ଯାଇଛି l ବର୍ତ୍ତମାନର ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ଗୋଛାପଡା ଗ୍ରାମ ପଂଚାୟତର ଥପାପାଲି ଗ୍ରାମରେ ଜନ୍ମିତ ବାଳକୃଷ୍ଣ ତ୍ରିପାଠୀ ଜଣେ କୃତ୍ତି ଶିକ୍ଷକ ଭାବରେ ଅନେକ ସୁନାମ ଅର୍ଜନ କରିଥିଲେ | ସେ 2008 ମସିହାରେ ଜୁରାମୁଣ୍ଡା ଏମ.ଇ. ସ୍କୁଲରୁ ଶିକ୍ଷକତା ବୃତ୍ତିରୁ ଅବସର ନେଇଥିଲେ | 1992 -93 ମସିହାରେ ଯେତେବେଳେ ବlଉଁଶୁଣିରେ ଉଚ୍ଚ ଶିକ୍ଷା ପାଇଁ କଲେଜ୍ ପ୍ରତିଷ୍ଠା କରାଯିବାକୁ ଅଂଚଳବାସୀ ଆଗ୍ରହ ପ୍ରକାଶ କଲେ ସେ ସମୟରେ ସ୍ବର୍ଗତ ତ୍ରିପାଠୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା | ସେ ମା ମାହେଶ୍ୱରୀ ମହାବିଦ୍ୟାଳୟ ପରିଚାଳନା କମିଟିର ପ୍ରଥମ ସଭାପତି ଭାବେ ଅଂଚଳବାସୀଙ୍କ ଦ୍ବାରା ମନୋନୀତ ହୋଇ ତାଙ୍କ ସାଂଗଠନିକ ଦକ୍ଷତାର ପରିଚୟ ଦେଇଥିଲେ |
ଆଜି ପରଲୋକ ହୋଇଥିବା ଖବର ପାଇ ତାଂକର ବନ୍ଧୁବର୍ଗ, ପରିଚିତ ଆତ୍ମୀୟ ସ୍ବଜନ ମାନେ ଶେଷ ଦର୍ଶନ କରିଥିଲେ | ମୃତ୍ୟୁଶଯ୍ୟା ନିକଟରେ ତାଂକର 2 ପୁଅ ଓ 3 ଝିଅ ଉପସ୍ଥିତ ଥିଲେ l ବଡ଼ ପୁଅ ଅଧ୍ୟାପକ ବ୍ରଜେନ୍ଦ୍ର ତ୍ରିପାଠୀ ମୁଖାଗ୍ନି ଦେଇଥିଲେ |

hiranchal ad1
Leave A Reply

Your email address will not be published.

three × five =