ଖତ ଖାଉଛି ମଶାମରା ଟିଫା ମେସିନ

0 341

ବୌଦ୍ଧ:ବୌଦ୍ଧ ସହରରେ ଦିନକୁ ଦିନ ମଶାମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି । ୪୩ ଡିଗ୍ରୀ ତାପମାତ୍ରାରେ ମଧ୍ୟ ମଶାମାନଙ୍କ ବଂଶବୃଦ୍ଧି ଘଟିବାର ଦେଖାଯାଉଛି । ନିୟମିତ ଡ୍ରେନ ସଫା କରାଯାଉନଥିବା ଓ ବିଭିନ୍ନ ଡ୍ରେନଗୁଡିକର ଉପରଅଂଶ ଲୋକେ ଅବରୋଧ କରିଥିବାରୁ ଡ୍ରେନ ସଫେଇରେ ମଧ୍ୟ ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି । ଅନେକ ଡ୍ରେନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆବର୍ଜନା ଜଳ ନିଷ୍କାସନ ହେବାରେ ସମସ୍ୟା ସୃଷ୍ଟି ହେଉଥିବାରୁ ଓ ପାଣି ଜମି ରହୁଥିବାରୁ ମଶାମାନଙ୍କ ବଂଶବୃଦ୍ଧିରେ ସହାୟକ ହେଉଅଛି ।

hiring


୨୦୧୧-୧୨ ମସିହାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଦାନରେ ପ୍ରାୟ ୫ଲକ୍ଷ ଟଙ୍କା ବ୍ୟୟରେ ବୌଦ୍ଧଗଡ ଏନଏସି ଏକ ମଶାମରା ଧୂଆଁ କ୍ଷେପଣ ମେସିନ ‘ଟିଫା’ କ୍ରୟ କରାଯାଇଥିଲା । କଟକର ବିରଜା କେମିକାଲ୍‌ସ ଏହି ଯନ୍ତ୍ରକୁ ଯୋଗାଇଥିଲା । ଏହି ମେସିନକୁ ଗୋଟିଏ ଗାଡିରେ ବୋଝେଇକରି ସହରର ଗଳିକନ୍ଦିରେ ମଶାମାରିବାକୁ ରାସାୟନିକ ଧୂଆଁ କ୍ଷେପଣ କରାଯାଉଥିଲା । ପ୍ରାୟ କିଛିଦିନ ଅନ୍ତରରେ କେତେଥର ଏ ମେସିନର ବ୍ୟବହାର କରାଯିବାପରେ ଏବେ ଆଉ ପ୍ରାୟ ୪/୫ ବର୍ଷ ହେବ ତାହାକୁ ବ୍ୟବହାର କରାଯାଉନାହିଁ । ମେସିନଟିକୁ ଟାଉନହଲ ପରିସରରେ ଥିବା ଓଭରହେଡ ପାଣିଟାଙ୍କି ତଳେ ପାଲଘୋଡାଇ ପକାଇ ଦିଆଯାଇଛି । ବର୍ଷା, ଖରା, ଶୀତରେ ବର୍ଷବର୍ଷ ଧରି ଟିଫା ମେସିନ ପଡିପଡି ନଷ୍ଟ ହେବାକୁ ବସିଲାଣି କିନ୍ତୁ ତାହାକୁ ମଶାମରା କାମରେ ଲଗାଯାଉନାହିଁ କାହିଁକି ତାହା ସହରବାସୀ ଜାଣିପାରୁନାହାନ୍ତି । ୫ଲକ୍ଷ ଟଙ୍କାର ଯନ୍ତ୍ରକୁ କାହିଁକି ରକ୍ଷଣାବେକ୍ଷଣ କରାଯାଉନାହିଁ ତାହାବି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ବୌଦ୍ଧଗଡ ଏନଏସିର ପ୍ରଶାସକ ତଥା ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଜିଲ୍ଲାପାଳ ମହୋଦୟ ଏ ଦିଗରେ ଦୃଷ୍ଟିଦେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

two × four =