ଜିଲ୍ଲାପାଳଙ୍କ ବାସଭବନ ପରିସରକୁ ପଶିଲେ ପ୍ରବାସୀ

0 982

ବୌଦ୍ଧ,: କ୍ୱାରେଣ୍ଟାଇନ କେନ୍ଦ୍ର ପରିଚାଳନା ଓ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ କେଉଁଠି କାହାକୁ ରଖାଯିବ ସେ ସଂପର୍କରେ ବୌଦ୍ଧଜିଲ୍ଲାରେ ମୂଳରୁ ହିଁ ଅବ୍ୟବସ୍ଥା ଲାଗିରହିଛି । ଏସବୁ ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ଓ ସରପଞ୍ଚମାନେ ଅନେକ ସ୍ଥାନରେ ନିଷ୍ପତ୍ତି ନେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି । ଗତକାଲି ଟିକରପଡା ସରପଞ୍ଚ ଚେନ୍ନାଇରୁ ଫେରିଥିବା ୫ଜଣ ପ୍ରବାସୀ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ନରଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା । ପଞ୍ଚାୟତସ୍ତରରେ ସମନ୍ୱୟର ଅଭାବ ଯୋଗୁଁ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ଶ୍ରମିକଙ୍କୁ କେଉଁ କ୍ୱାରେଣ୍ଟାଇନରେ ରଖାଯିବ ତାହା ନିଷ୍ପତ୍ତି ହୋଇପାରୁନାହିଁ । ସେଥିପାଇଁ ଦ୍ୱନ୍ଦ୍ୱରେ ପଡି ୧୫ଜଣ ପ୍ରବାସୀ ଶ୍ରମିକ ସିଧା ମୁହାଁଇଲେ ଜିଲ୍ଲାପାଳଙ୍କ ବାସଭବନକୁ । କାହାକୁ ନଭେଟି ବହୁ ସମୟ ଧରି ବୁଲାବୁଲି କଲେ ଜିଲ୍ଲାପାଳଙ୍କ ବାସଭବନ ପରିସରରେ । ଖବର ପାଇ ବୌଦ୍ଧ ପୋଲିସ ସେମାନଙ୍କୁ ବ୍ରିଜ ଛକରେ ନେଇ ରଖିଲା ଓ ପରେ ପ୍ରଶାସନ ବିଭିନ୍ନ ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇଥିଲା । ପ୍ରବାସୀ ଶ୍ରମିକମାନେ ବହୁସମୟ ଧରି ବୁଲାବୁଲି କରିଥିବାରୁ ଅଗ୍ନିଶମ ବାହିନୀ ଆସି ଜିଲ୍ଲାପାଳଙ୍କ ବାସଭବନ ପରିସରକୁ ସାନାଟାଇଜ କରିଥିଲା

hiranchal ad1
Leave A Reply

Your email address will not be published.

2 × 2 =