ସୁବର୍ଣ୍ଣପୁର : ଗୋଟିଏ ଦିନରେ ୧୦ ପଜିଟିଭ ସହ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୨୩ ହେଲା

0 202

ସୋନପୁର : ଏବେ ଜିଲ୍ଲାର ବିଭିନ୍ନ ବ୍ଲକ ରେ ସ୍ଥାନୀୟ ସଂକ୍ରମଣ ଯେଭଳି ଭାବରେ ବଢ଼ିବଢ଼ି ଚାଲିଛି ତାହା ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗତକାଲି ର ସୂଚନା ଅନୁଯାୟୀ ଗୋଟିଏ ଦିନରେ ଆକ୍ରାନ୍ତ ଙ୍କ ସଂଖ୍ୟା ୧୦ ରେ ପହଞ୍ଚିବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ି ୧୨୩ ରେ ପହଞ୍ଚିଛି। ଡୁଙ୍ଗୁରିପାଲି ବ୍ଲକ ର ସାନପହଣ୍ଡି ଅଞ୍ଚଳର ୨ଜଣ ଙ୍କମଧ୍ୟରୁ ଜଣେ ୫୦ବର୍ଷିୟ ବ୍ୟକ୍ତି ଓଜଣେ ୧୯ ବର୍ଷର ଯୁବକ ରହିଛନ୍ତି।ରହିଥିବା ବେଳେ ସୋନପୁର ବ୍ଲକର ନାଇକେନପାଲି ଅଞ୍ଚଳର ଜଣେ ୨୬ ବର୍ଷିୟ ଯୁବକ ମୟୂର ଉଡ଼।ନ୍ ଅଞ୍ଚଳର ଜଣେ ଆଶା କର୍ମୀ ୩୫ ବୋଲି ଜଣାପଡିଛି। ସେହିପରି ନାରାୟଣ ପୁର ଅଞ୍ଚଳର ଜଣେ ୮ବର୍ଷର ଶିଶୁକନ୍ୟା ଥିବାବେଳେ ସେ ଟ୍ୟୁସନ ପଢ଼ୁଥିବା ଯୋଗୁଁ ତା ସାଥିରେ ମିଶିକି ପଢ଼ୁଥିବା ପ୍ରାୟ ୩୦ଜଣ ଶିଶୁ ଙ୍କମଧ୍ୟରୁ ସେ କାହାକାହାର ସଂସ୍ପର୍ଶରେ ଆସିଛନ୍ତି ତାଙ୍କର ଅନୁସନ୍ଧାନ ଆରମ୍ଭ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ଜଣ ଶିଶୁ ଙ୍କ ସ୍ୱ।ବ ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିବା କହିଛନ୍ତି ଜିଲ୍ଲା କୋଭିଡ୍ ନୋଡ଼ାଲ ଅଫିସର ଡ଼ାକ୍ତର ନବକିଶୋର ବେହେରା। ଅନ୍ୟ ଆକ୍ରାନ୍ତ ଙ୍କ ମଧ୍ୟରେ ଉକ୍ତ ବ୍ଲକ ର ବଲାଡି ଅଞ୍ଚଳର ଜଣେ ୪୨ ବର୍ଷିୟ ଯୁବକ ଓ ସୋନପୁର ସହର ନିକଟସ୍ଥ ବାଇଗଣଜୁରୀ ଗ୍ରାମର ୩୭ବର୍ଷିୟ ଜଣେ ଯୁବକ ରହିଥିବା ଜଣାଯାଇଛି।ଏହାଛଡା ତରଭା ବ୍ଲକ ଅଞ୍ଚଳର ଜଣେ ୨୫ ବର୍ଷିୟ। ମହିଳା ଓ ଜଣେ ୨୭ବର୍ଷ ର ଯୁବକ ରହିଥିବା ବେଳେ ଫକୀରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷିୟା ମହିଳା ଥିବାବେଳେ ଜିଲ୍ଲାର ସମସ୍ତ ଆକ୍ରାନ୍ତ ଙ୍କ ମଧ୍ୟରୁ ୪ଜଣ ବିଭିନ୍ନ କଣ୍ଟେନମେଣ୍ଟ ଅଞ୍ଚଳର ହୋଇଥିଲା ବେଳେ ଅନ୍ୟ ୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ବୋଲି ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

16 + fifteen =