ସମ୍ବଲପୁର ଜିଲ୍ଲାରେ ପୁଣି ୭୭ ଜଣ ନୂଆ ପଜିଟିଭ ଚିହ୍ନଟ: ମହାନଗର ଅଞ୍ଚଳରେ ସ୍ଥିତି ସୁଧୁରିବା ସହିତ ଗ୍ରାମାଞ୍ଚଳ ବର୍ତ୍ତମାନ ବିପଦରେ

0 121

ସମ୍ବଲପୁର : ଗତକାଲି ଏଠାକାର ଜଣେ ଆଇନଜୀବିଙ୍କ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ଏହା ସହିତ ସମଗ୍ର ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଆଠ ରେ ପହଞ୍ଚିଛି । ଆଜି ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ପୁଣି ୭୭ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୭୭ ରେ ପହଞ୍ଚିଲା । ଏମାନଙ୍କ ମଧ୍ୟରୁ ଆଠଜଣଙ୍କ ମୃତ୍ୟୁ ଓ ୧୦୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୬୪୫ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଇତିମଧ୍ୟରେ ସମ୍ବଲପୁର ମହାନଗର ନିଗମ ଅଂଚଳରେ କରୋନା ପଜିଟିଭ ଚିହ୍ନଟ ହେବା ସଂଖ୍ୟା କିଛିକାଂଶରେ ହ୍ରାସ ପାଇଛି କିନ୍ତୁ ଗତକାଲି ଠାରୁ ଆଜିକାର ଚିହ୍ନଟ ସଂଖ୍ୟାରେ ବୃଦ୍ଧି ଚିନ୍ତା ବଢ଼ାଉଛି । ଆଗାମୀ ଦିନରେ ଅର୍ଥାତ୍ ପରଦିନ ଶନିବାର ଓ ତହିଁ ଆରଦିନ ରବିବାର ଦିନ ନୂଆଖାଇ ରହୁଥିବାରୁ ଏଠାରେ ସର୍ବତ୍ର ଉତ୍ସବମୁଖର, ଏପରି ଉତ୍ସବ ସମୟରେ କରୋନା ସଂକ୍ରମଣର ଭୟ ସମସ୍ତଙ୍କୁ ଘାରୁଛି । ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ସହିତ ସାର୍ବଜନିକ ସ୍ଥାନରେ ଉତ୍ସବ ପାଳନ ପାଇଁ ବାରଣ କରାଯାଇଛି, ହେଲେ ଏହା କେତେଦୂର ପର୍ଯ୍ୟନ୍ତ ପାଳନ ହୋଇ ପାରୁଛି, ତାହା ହିଁ ଦେଖିବାର ଅଛି ।

hiranchal ad1
Leave A Reply

Your email address will not be published.

five − five =