ବନ୍ଦେ ଉତ୍କଳ ଜନନୀକୁ ବିରୋଧ

0 687

ବୌଦ୍ଧ: ବନ୍ଦେ ଉତ୍କଳ ଜନନୀକୁ ପ୍ରାଦେଶିକ ସଙ୍ଗୀତ ଭାବରେ କ୍ୟାବିନେଟରେ ମଞ୍ଜୁରୀ ମିଳିବାପରେ ସାରା ପଶ୍ଚିମ ଓଡିଶାରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳୁଛି । ସେହି କ୍ରମରେ କୋଶଲ ରାଜ୍ୟ ସମନ୍ୱୟ ସମିତି ବୌଦ୍ଧଜିଲ୍ଲା ପକ୍ଷରୁ ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଗତକାଲି ମନମୁଣ୍ଡା ଗାନ୍ଧୀଛକ ଠାରେ ବୌଦ୍ଧଜିଲ୍ଲା କୋଶଲ ରାଜ୍ୟ ସମନ୍ୱୟ ସମିତିର ଆବାହକ ସୁବେଦାର ଲଳିତ ମୋହନ ସାହୁଙ୍କ ନେତୃତ୍ୱରେ କୋଶଲ ସଂଗ୍ରାମୀମାନେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଦେଶରେ କରୋନା ମହାମାରୀ ବ୍ୟାପିଥିବାବେଳେ ତାହାକୁ ମୁକାବିଲା କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀକୁ ପ୍ରାଦେଶିକ ସଙ୍ଗୀତର ମାନ୍ୟତାଦେଇ ଲୋକଙ୍କୁ ଭକୁଆ କରୁଛନ୍ତି ବୋଲି ସୁବେଦାର ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ଓଡିଶାର ଇତିହାସକୁ ଧ୍ୟାନ ନଦେଇ କୋଶଲବାସୀଙ୍କର ଭାବାବେଗକୁ କୁଠାରଘାତ କରାଯାଇଛି ବୋଲି କହିଥିଲେ ।
ଏହି ପ୍ରତିବାଦ ତଥା ବିକ୍ଷୋଭ କାର୍ଯ୍ୟକ୍ରମରେ କୋଶଲ ସଂଗ୍ରାମୀ ଦୀପକ ମିଶ୍ର, ମୃତ୍ୟୁଞ୍ଜୟ ମେହେର, ମନୋଜ ବିଶି, ସତ୍ୟନାରାୟଣ ମହାକୁଳ, ହଜାରୀ ପ୍ରଧାନ, ଶିବପ୍ରସାଦ ସାହୁ, କାହ୍ନୁଚରଣ ସେନାପତିଙ୍କ ସମେତ ଅନେକ ସଂଗ୍ରାମୀ ଯୋଗ ଦେଇଥିଲେ । ସରକାର ଏଥିରୁ ନ ଓହରିଲେ ସଂଗ୍ରାମ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nine + 9 =