ରାୟଗଡ: ଭାରତୀୟ ଜନତା ପାର୍ଟି ରାୟଗଡ ଜିଲ୍ଲା ଶାଖାର ଜନ ଆର୍ଶିବାଦ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦିନିକିଆ ରାୟଗଡ ଗସ୍ତରେ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସାମ୍ବାଦିକ ୟୁନିୟନ,ଓଡିଶା (ଏସୟୁଜେ(ଓ))ରାୟଗଡ ଜିଲ୍ଲା ଶାଖା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ରାୟଗଡ ଜିଲ୍ଳାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କୁ ରେଳବାଇ ପାସ୍ ଯୋଗାଇବା ବ୍ୟବସ୍ଥା କରିବା,ନୂତନ ରାୟଗଡ ରେଳ ଡିଭିଜନକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା, ରାୟଗଡ ଜିଲ୍ଳାରେ ମୋବାଇଲ୍ ନେଟୱାକିଂ ନ ଥିବା ବିଭିନ୍ନ୍ ଗ୍ରାମ ପଂଚାୟତରେ ନେଟୱାର୍କିଂ ବ୍ୟବସ୍ଥା କରିବା, ରାୟଗଡ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦିନ ବେଳା ଏକ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରିବା ଏବଂ ଗୁଣପୁର-ଥେରୁବାଲି ରେଳ ସଂଯୋଗୀକରଣ ପ୍ରକଳ୍ପକୁ ଯଥାଶୀଘ୍ର ପୂରଣ କରିବା ଆଦି ୫ଦଫା ଦାବି ଉପସ୍ଥାପନା କରାଯାଇଥିଲା । ହୋଟେଲ ତେଜସ୍ୱୀ ଠାରେ ଜିଲ୍ଳା ବିଜେପି ତରଫରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ଓ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଏସୟୁଜେ (ଓ)ରାୟଗଡ ଜିଲ୍ଳା ଶାଖା ସଭାପତି ଶିବ ନାରାୟଣ ଗଉଡଙ୍କ ସମେତ ଉପସଭାପତି ସହଦେବ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ପାଣିଗ୍ରାହୀ,କୋଷାଧ୍ୟକ୍ଷ ସନ୍ତୋଷ କୁମାର ଦଳେଇ, ସାଂଗଠନିକ ସଂପାଦକ ଦୁର୍ଗାପ୍ରସାଦ ପାଢୀ, ମୃତ୍ୟୁଂଜୟ ନନ୍ଦ, ସନ୍ତୋଷ ପାଣି, ସଦାନନ୍ଦ ପେଦେଂଟି, ଅମଜଦ୍ ଅଲ୍ଳୀ, ଭାଗ୍ୟଶ୍ରୀ ମିଶ୍ର, ତୁଷାର ରଂଜନ ସାହୁ, ଗୋପୀନାଥ ଗୈାଡ, ଗୁରୁବିନ୍ଦର ସିଂଙ୍କ ସମେତ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ । କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଜୀଙ୍କୁ ଏସୟୁଜେ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଦାବିପତ୍ର ଗ୍ରହଣ କରି ଦାବିଗୁଡିକ ଉପରେ ଅନୁଧ୍ୟାନ କରିବେ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିଶୃତି ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post