ବୌଦ୍ଧ ,୨୬/୯-ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଂଚଳର 49 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣାପଡ଼ିବl ପରେ ସ୍ଥାନୀୟ ସରପଞ୍ଚ ମାନେ ସଂକ୍ରମଣକୁ ରୋକିବା ପାଇଁ ପଜିଟିଭ ଚିନ୍ହଟ ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି |
ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ୍ ବରଗୋଛା ଗ୍ରାମ ପଂଚାୟତର କନାବୀର୍ ଗ୍ରାମରେ ଜଣେ ପଜିଟିଭ ଚିନ୍ହଟ ହେବା ପରେ ସରପଞ୍ଚ ଠିବୁରୁ ନାଏକ ଗ୍ରାମକୁ ଆଜି ଦିନ 12 ଘଣ୍ଟା ଠାରୁ 29 ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ସେହିପରି ବୌଦ୍ଧ ବ୍ଲକ୍ ମନୁପାଲି ଗ୍ରାମରୁ 6 ଜଣ କରୋନା ପଜିଟିଭ ଚିନ୍ହଟ ହେବା ପରେ ମନୁପାଲି ଗ୍ରାମ ପଂଚାୟତ ସରପଞ୍ଚ ଶମ୍ଭୁ ମଲ୍ଲିକ ଆଜି ସକାଳ 6 ଘଣ୍ଟା ଠାରୁ 28 ତାରିଖ ମଧ୍ୟରାତ୍ରୀ ଯାଏଁ ମନୁପାଲି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | କଣ୍ଟାମାଳ ବ୍ଲକ୍ ଗୁଡଭେଲିପଦର୍ ଗ୍ରାମ ପଂଚାୟତର ଉଚ୍ଚବାହାଲି ଗ୍ରାମରେ ଆଜି 3 ଜଣ କରୋନା ପଜିଟିଭ ଚିନ୍ହଟ ହେବା ପରେ ଗ୍ରାମକୁ ଆଜି ଦିନ 12 ଘଣ୍ଟା ଠାରୁ 29 ତାରିଖ ମଧ୍ୟରାତ୍ରୀ ଯାଏଁ ସରପଞ୍ଚ ସ୍ନେହଲତା ପଣ୍ଡା କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତର ନରସିଂହପୁର ଗ୍ରାମରୁ ଆଜି 11 ଜଣ କରୋନା ପଜିଟିଭ ଚିନ୍ହଟ ହେବା ପରେ ତିନି ଦିନ ପାଇଁ ଉକ୍ତ ଗ୍ରାମକୁ ମଧ୍ୟ ବିଲାସପୁର ଗ୍ରାମ ପଂଚାୟତର ସରପଞ୍ଚ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି |
କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା ହୋଇଥିବା ଅଂଚଳରେ ଅତି ଆବଶ୍ୟକ ନ ପଡିଲେ କେହି ଘରୁ ନ ବାହାରିବା ପାଇଁ ସରପଞ୍ଚ ମାନେ ସ୍ଥାନୀୟ ଜନସାଧାରଣ ମାନଙ୍କୁ ଅନୁରୋଧ କରିଛନ୍ତି | ସମସ୍ତେ ମାସ୍କ ପିନ୍ଧିବା ଓ ଅଧିକ ଲୋକ ଏକାଠି ନ ହେବା ପାଇଁ ସରପଞ୍ଚ ମାନେ ଅନୁରୋଧ କରିଛନ୍ତି |
Sign in
Sign in
Recover your password.
A password will be e-mailed to you.
Next Post