ଅବ୍ୟବସ୍ଥାରେ ତୁଷୁରା ସରକାରୀ ଡାକ୍ତରଖାନା, ତାତିଲେ ଯୁବ ସଂଗଠନ

0 80

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁଷୁରା ଏନ୍‌ଏସି ଏକ ପଛୁଆ ଅଞ୍ଚଳ । ଏଠାରେ ଥିବା ୧୦୦ବର୍ଷ ପୁରୁଣା ସରକାରୀ ଡାକ୍ତରଖାନା ଏବେ ଅବ୍ୟବସ୍ଥା ଦେଇ ଗତି କରୁଛି । ଡାକ୍ତରଖାନାରେ ଡାକ୍ତର, କର୍ମଚାରୀ ଓ ଆନୁସଙ୍ଗିକ ଭିତ୍ତିଭୂମିର ଘୋର ଅଭାବ ରହିଛି । ରାଜ୍ୟରେ ଏବେ କୋଭିଡ ଦ୍ୱିତୀୟ ଲହରୀ ଜାରି ରହିଛି । ଏହି ସମୟରେ ସ୍ୱାସ୍ଥ୍ୟସେବା ନିହାତି ଆବଶ୍ୟକ ଥିବା ସ୍ଥଳେ ତୁଷୁରା ଡାକ୍ତରଖାନାର ଏଭଳି ଅବସ୍ଥା ଦେଖି ଅଂଚଳ ଯୁବ ସଂଗଠନ ୟୁଥ୍‌ ଆକ୍ସନ ତୁଡୁରା ଅସନ୍ତୋଷ ପ୍ରକାଶ କରିଛି ।

hiring

ଯୁବ ସଂଗଠନ ତୁଷୁରାଠାରୁ ପାଖାପାଖି ୩୦ କି.ମି ପାଦଯାତ୍ରାରେ ଯାଇ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଜିଲ୍ଲାପାଳ ଉପସ୍ଥିତ ନଥିବାରୁ ସେମାନେ ତହସିଲଦାରଙ୍କୁ ଦାବିପତ୍ର ଦେବାକୁ ମନା କରି ରାସ୍ତାରେ ବସି ଜିଲ୍ଲାପାଳ ଗୋ ବ୍ୟାକ୍‌ ନାରାବାଜି ଦେଇଥିଲେ । ବଲାଙ୍ଗୀର ଏସ୍‌ଡିପିଓ ତୁଫାନ ବାଗ୍‌ ବୁଝାଶୁଝା କରିବା ପରେ ଡେପୁଟି କଲେକ୍ଟର ଦାବିପତ୍ର ଗ୍ରହଣ କରିଥିଲେ । ଆଗାମୀ ୧୪ ଦିନ ଭିତରେ ତୁଷୁରା ଡାକ୍ତରଖାନା ଅପଗ୍ରେଡ, ଶଯ୍ୟାସଂଖ୍ୟା ବୃଦ୍ଧି, ଡାକ୍ତର ଓ ଅନ୍ୟାନ୍ୟ ଖାଲି ପଦ ପୂରଣ ନହେଲେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ୟୁଥ୍‌ ସଂଗଠନ କହିଥିଲେ ।

hiranchal ad1
Leave A Reply

Your email address will not be published.

14 + sixteen =