ଯୁବ ବ୍ୟବସାୟୀ କିଶୋର ସାହୁଙ୍କ ବିୟୋଗ

0 283


ଜନହାପଙ୍କ,୨୫/୧୦ – ବୌଦ୍ଧ ଜିଲ୍ଲା ଗୋଛାପଡା ପଂଚାୟତ କଅଁରପଡା ମୁଳ ବାସିନ୍ଦା ତଥା ଜନହାପଙ୍କ ନିବାସୀ କିଶୋର କୁମାର ସାହୁ(୪୩)ଙ୍କ ରବିବାର ସକାଳେ ଅକାଳ ବିୟୋଗ ହୋଇଛି।ସୂଚନାମତେ ଆଜି ସକାଳେ ଆସୁସ୍ତ ଅନୁଭବ କରି ତଳେ ପଡିଯାଇଥିଲେ।ତୁରନ୍ତ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତାଙ୍କ ଶବ କୁ ଜନ୍ମ ମାଟି କଅଁରପଡାକୁ ନିଆଯାଇଥିଲା।ତାଙ୍କର ଆତ୍ମୀୟ ସ୍ଵଜନ ଓ ପରିବାରବର୍ଗ ଶେଷ ଦର୍ଶନ କରିଥିଲେ।ସ୍ଥାନୀୟ ଶ୍ମଶାନରେ ଶେଷ କୃତ୍ୟ ହୋଇଥିଲା।ବଡଭାଇ ଅଶୋକ କୁମାର ସାହୁ ମୁଖାଗ୍ନି ଦେଇଥିଲେ।ସୂଚନାଯୋଗ୍ୟ ଯେ ଗତ ୧୭ ତାରିଖରେ ତାଙ୍କ ଶଶୁର ପ୍ରାକ୍ତନ ଏବିଡ଼ିଓ ହିମାଂଶୁ ଶେଖର ସାହୁଙ୍କ ପରଲୋକ ହୋଇଥିଲା।

hiranchal ad1
Leave A Reply

Your email address will not be published.

eighteen − 3 =