ପ୍ରଧାନଶିକ୍ଷକ ରାମେଶ୍ୱର ମିଶ୍ରଙ୍କ ବିୟୋଗ

0 1,700

ବୌଦ୍ଧ – କଣ୍ଟାମାଲ ବ୍ଲକ ଘିକୁଣ୍ଡି ଗ୍ରାମ ପଞ୍ଚାୟତ ତୁଣ୍ଡୁମାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମେଶ୍ୱର ମିଶ୍ରଙ୍କ ବିୟୋଗ ହୋଇଯାଇଛି। ସେ ଜଣେ ଛାତ୍ରବାତ୍ସଳ ଶିକ୍ଷକ ଭାବେ ଖୁବ ଜଣାଶୁଣା । ପ୍ରାଥମିକ ଶିକ୍ଷକଙ୍କ ଅନେକ ସମସ୍ୟାର ସମାଧାନ ତାଙ୍କର ସାଂଗଠନିକ ନେତୃତ୍ୱରେ ହୋଇ ପାରିଥିଲା । 1986 ମସିହାରେ ପ୍ରଥମେ କୀର୍ଲା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 58 ବର୍ଷ ବୟସ ହୋଇଥିଲା ।ତାଙ୍କର ଦୁଇପୁଅ ଦେବାଶିଷ ଓ ଦେଵବ୍ରତ ଏବଂ ଗୋଟିଏ ଝିଅ ଅର୍ଚ୍ଚନା କଣ୍ଟାମାଲ ପଂଚାୟତ ମହାବିଦ୍ୟାଳୟରେ ଅଧ୍ୟାପିକା ଅଛନ୍ତି । ସ୍ବର୍ଗତ ମିଶ୍ରଙ୍କ ମୃତ୍ୟୁ ଖବର ପାଇଲାପରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳିଯାଇ ଥିବାବେଳେ ନିଜ ଗାଁ ଖଟଖଟିଆ ପଂଚାୟତର ଚାରପାଲି ଗ୍ରାମ ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଲହରି ଖେଳି ଯାଇଛି।

hiranchal ad1
Leave A Reply

Your email address will not be published.

3 × four =