ବୌଦ୍ଧ : ପୁଣି ବଢିଲା କରୋନା, ଆଜି 35 ଆକ୍ରାନ୍ତ ଚିନ୍ହଟ

0 1,793

hiring

ବୌଦ୍ଧ,୨୫/୧୦- ପ୍ରାୟ ସପ୍ତାହେ ଧରି ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା କମିଥିବା ବେଳେ ଆଜି ସେଥିରେ ବ୍ୟତିକ୍ରମ ଘଟିଛି l ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ 35 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବୋୖଦ୍ଧ ସହରାଞ୍ଚଳ ମଧ୍ୟରୁ 1 ଜଣ, ହରଭଙ୍ଗା ବ୍ଲକ୍ ପରଗଲପୁର୍ ଗ୍ରାମରୁ 4 ଜଣ, ଧଳପୁର ମହାନଦୀ ବ୍ରିଜ ନିକଟରୁ 8 ଜଣ, ବୌଦ୍ଧ ବ୍ଲକ୍ ବଲାସିଙ୍ଗା ଆଈ ଆର ବି କ୍ୟାମ୍ପସ ମଧ୍ୟରୁ 9 ଜଣ, କଣ୍ଟାମାଳ ବ୍ଲକ୍ କଣ୍ଟିଆପାଲି ଗ୍ରାମରୁ 1 ଜଣ, ମନମୁଣ୍ଡାରୁ 2 ଜଣ, ଗୋହିପିଟା ଗ୍ରାମରୁ 1 ଜଣ, ପରା ଗ୍ରାମରୁ 1 ଜଣ, କଣ୍ଟାମାଳ ପୋଲିସ ଷ୍ଟେସନରୁ 6 ଜଣ ଓ ଅନ୍ୟ ଦୁଇ ଜଣ ବ୍ୟକ୍ତି ଜିଲ୍ଲା ବାହାରେ ପରିକ୍ଷା କରାଇ ପଜିଟିଭ ଚିନ୍ହଟ ହୋଇଛନ୍ତି | ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ ମୋଟ୍ 2472 ଜଣ କରୋନା ପଜିଟିଭ ଚିନ୍ହଟ ହୋଇ ସାରିଛନ୍ତି l ସେଥି ମଧ୍ୟରୁ 2240 ଜଣ ସୁସ୍ଥ ହୋଇ ସାରିଛନ୍ତି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି l

hiranchal ad1
Leave A Reply

Your email address will not be published.

eighteen − one =