ଭୁଶୁଡ଼ିଲା ସୋଲାର ହ୍ୟାଣ୍ଡ ପମ୍ପ, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ତିନିଜଣ ଶିଶୁ

0 203

କ.ନୂଆଗାଁ- ଏକ ମାସ ହେବ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ପୁରୁଣା ସାହିରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ଦୈନିକ ଦଶ ହଜାର ଲିଟର ବିଶିଷ୍ଟ ସୌର ହ୍ୟାଣ୍ଡ ପମ୍ପ କାମ ଚାଲିଥିଲା । ଗତକାଲି କାମ ସମ୍ପୂର୍ଣ୍ଣ ହେବାପରେ ଆଜି ଟାଙ୍କିରେ ପାଣି ଭର୍ତ୍ତି କରାଯାଇଥିଲା । ହେଲେ କିଛି ସମୟ ମଧ୍ୟରେ ପ୍ରକଳ୍ପଟି ଭୁଶୁଡ଼ି ପଡ଼ିବା ସହ ପିଢ଼ି ଟାଙ୍କି ଭାଙ୍ଗି ଚୁରମାର୍ ହୋଇଯାଇଥିବା ଦେଖିବାକୁ ମିଳିଛି । ନିକଟରେ ଥିବା ତିନିଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ କିଛି ବତକ ଛୁଆ ଚାପିହୋଇ ମରିଯାଇଛନ୍ତି । ନୂତନ ଭାବେ ନିର୍ମାଣ ହୋଇଥିବା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପୂର୍ବରୁ କିଭଳି ଭୁଶୁଡ଼ି ପଡ଼ିଲା ତାହା ଏବେ ପ୍ରଶ୍ନବାଚୀ । ନିମ୍ନମାନର କାମହୋଇଥିବା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଏହାର ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

four × one =